Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Tragedy

4  

Panchanan Jena

Tragedy

ପାଚିଲା ମଣିଷଟା

ପାଚିଲା ମଣିଷଟା

1 min
7



ପୁରୁତା କଳସୀ କାଖରେ

ବାଲଟିଏ ପାଣି ହାତରେ

ନାଉକରି ମତେ ପିଠିରେ

ଡଗ ଡଗ ଚାଲୁଥିବା ମଣିଷଟି

ଆଜି ନଇଁ ଗଲାଣି

ବାଡି ଧରିଲେ ବି ହାତ ଥରଥର

ପାଦ ଥାପି ଚାଲିଲେ କରୁଣ ଚିତ୍କାର

ମୁଁ ତାକୁ ମା' ବୋଲି ଡାକିଦେବା ପୂର୍ବରୁ

କେମିତି କେଜାଣି ଠଉରେଇ ନିଏ ମହାନ୍ତି ଝିଅ

ମଣ୍ଟୁ ବୋଲି ଡାକିଦିଏ 

ସେହି ଲମ୍ବା ସିରାଳ ଜୀର୍ଣ୍ଣଶୀର୍ଣ୍ଣ କଂକାଳ ସାର

ପାଚିଲା ମଣିଷଟା

ମୋ ଛାୟାଦ୍ରୁମ କଳ୍ପବଟ

ମୋର ସକଳ ଶକ୍ତିର ଉତ୍ସକୂପ ତଟ ।


ପାଠର ପା ଧରୁ ନ ଥିବା ମଣିଷଟା

ମୁଁହେ ମୁଁହେ ମୁଖସ୍ଥ ହିସାବ

କଣ୍ଠେ କଣ୍ଠେ କଣ୍ଠସ୍ଥ ନିକାସ

ସଂକରାନ୍ତି ଅମାବାସ୍ୟା ପୂର୍ଣ୍ଣମୀ ତିଥି

କୁଣିଆ ମୁଲିଆ ହଳୁଆ ମଇତ୍ର ଅତିଥି

କେତେ ପଣ ଅକଣ୍ଡାରେ ପଡିବ ପତୁଳି

କେଇ ସେର ଚାଉଲରେ ଲୁଣଭାଗ ଖଳି

ସରାଗୁଡ଼ା ପିଠା ବେଳେ କେତେ ଚାଉଳ ଚୁନା

ପତ୍ରଘଡ଼ା ପିଠା ବେଳକୁ କେଉଁ ସବୁ ପକେଇବା ମନା

ଦୁଧଗେଣ୍ଡୁଳି ପିଠା ବେଳେ ଭାଗ ମାପ ଅନୁଯାୟୀ

ମଣ୍ଡା ପିଠା ତିଆରି ବେଳେ ପୁର ତଦନୁଯାୟୀ

ମନେ ରଖି ପାରୁନି

ଚିହ୍ନି ପାରୁନି 

କଥାରେ କଥାରେ ମାରୁଛି ଖନି

ପାଦ ପାଖରେ ବସି ସେହି ଚରଣ ରେଣୁ

ମୋ ଜୀବନ ପାଦପର କୋକିଳ କଣ୍ଠି ବେଣୁ

ମୁଁ ତାକୁ ବୋଉ ବୋଲି ଡାକିବା ପୂର୍ବରୁ

କେମିତି କେଜାଣି ଠଉରେଇ ନିଏ ଖତୁଆ ଝିଅ

ମଣ୍ଟୁ ବୋଲି ଡାକିଦିଏ 

ସେହି କୃଷାର୍ଣ୍ଣ ବିଷର୍ଣ୍ଣ ବିଦିର୍ଣ୍ଣ ଖାଳିଏ ମାଉଁସ

ପାକଲା ଫଳଟା

ମୋ କାମଧେନୁ ଧରଣୀପେନୁ

ମୋର ସମ୍ପୂର୍ଣ୍ଣ ଆବର୍ତ୍ତରେ ଆଙ୍କୁଥାଏ ଇନ୍ଦ୍ରଧନୁ ।


Rate this content
Log in

Similar oriya poem from Tragedy