STORYMIRROR

KRUTIBAS NAYAK

Tragedy

4  

KRUTIBAS NAYAK

Tragedy

ଓଡ଼ିଆ ଜାତିର ଲଢୁଆ ବୀର-31: ଲକ୍ଷ୍ମଣ ନାଏକ

ଓଡ଼ିଆ ଜାତିର ଲଢୁଆ ବୀର-31: ଲକ୍ଷ୍ମଣ ନାଏକ

1 min
178


ଗାନ୍ଧୀବୁଢାର ରଣ ହୁଙ୍କାର ତେନ୍ତୁଳିଗୁମ୍ମାକୁ ଶୁଭିଲା,

ଏ’ ଶବଦ ଥିଲା ଭୈରବ ଡାକ ଲକ୍ଷ୍ମଣ କାନରେ ବାଜିଲା ।


ଅନ୍ୟାୟ ଅନୀତି ଶୋଷଣ ପେଷଣ ବିରୁଦ୍ଧରେ କରି ଲଢେଇ,

ମାଥିଲି ଗାଆଁରେ ସତ୍ୟାଗ୍ରହ କରି ସଂଗ୍ରାମକୁ ଦେଲେ ବଢେଇ ।


ଗାନ୍ଧୀଙ୍କ ଆଦେଶ କର ଅବା ମର, ଚାରିଆଡ଼େ ଶୁଭେ ଭାଷଣ,

ମାଥିଲି ହାଟରେ ପଟୁଆର ଧରି ପହଞ୍ଚିଲେ ବୀର ଲକ୍ଷ୍ମଣ ।


ପୁଲିସ ବାହିନୀ ଚଳାଇଲେ ଲାଠି ଲକ୍ଷ୍ମଣକୁ ଦେଲେ କଷଣ,

ମାତିଲେ ଜନତା ମୁକ୍ତି ବାହିନୀ ଗୁଳିଗୋଳା ହେଲା ବର୍ଷଣ ।


ଲାଠି ପ୍ରହାର କି ଗୁଳିର ଚୋଟରେ ପ୍ରାଣ ହରାଇଲା ରାମାୟା,

ତ୍ରିରଙ୍ଗା ପତାକା ଧରିଥିବା ନେତା ଧରାଶାୟୀ ହେଲେ ଭୂମିଆ ।


ଲକ୍ଷ୍ମଣ ମୁହଁର ନିଶ ପୋଡ଼ିଦେଇ ବନ୍ଧୁକ ମୂନରେ ଛେଚିଲେ,

ମରିଗଲେ ଭାବି ବୀରଙ୍କୁ ପୁଲିସ ନେଇ ନର୍ଦ୍ଦମାରେ ଫିଙ୍ଗିଲେ ।


ବରଷା ରାତିର ଶୀତଳ ପବନ ଚେତନା ଆଣିଲା ଫେରାଇ,

ତିରିଶ ମାଇଲ ପାଦେ ଚାଲିଗଲେ ବଣ ଔଷଧକୁ ଚୋବାଇ ।


ଚାଲିଲା ବିଚାର ହତ୍ୟା ରାମାୟାର ଦୋଷୀ ହୋଇଗଲେ ଲକ୍ଷ୍ମଣ,

ହସିହସି ବୀର ଫାଶିଖୁଣ୍ଟ ପରେ ମରଣକୁ କଲେ ବରଣ ।


ଲୋତକ ଢାଳିଲା ଭାରତ ଜନନୀ ମୁଣ୍ଡକୋଡ଼ି ହେଲେ ଜନତା,

ଲକ୍ଷ୍ମଣ କହିଲେ-ସ୍ଵରାଜ୍ୟ ଆସିବ ଏକଥା ନୁହଇଁ ଅନ୍ୟଥା ।



Rate this content
Log in

Similar oriya poem from Tragedy