Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Nayak

Classics Others

3  

Santosh Nayak

Classics Others

ନୂତନ ବର୍ଷର ନୁଆ ଆଶା

ନୂତନ ବର୍ଷର ନୁଆ ଆଶା

1 min
147


ନବବର୍ଷର ଆଗମନ ହେଲା

        ପୁରୁଣା ଖେଳ ସରିଲା,

ଦୁଃଖକୁ ସବୁ ସାଉଁଟି ନେଇ

        ଆମ ମନରେ ଖୁସି ଆଣିଲା।


ନୂତନ ବରଷ ଦେଉଅଛି 

       ଆନନ୍ଦର ନୂଆ ସଂକେତ,

ଏହି ବରଷରେ ସବୁଜ ରହିବ

       କୃଷକ ଭାଇର କ୍ଷେତ ।


ଚାଷୀଭାଇ ମାନେ ଆଗକୁ ଯିବେ 

       ଉନ୍ନତ ହେବ ଏ ଦେଶ,

ସମସ୍ତେ ରହିବେ ଆନନ୍ଦରେ ଭାଇ 

      ତମେ ଶାନ୍ତିରେ ଟିକିଏ ବସ।


ଗଲା ବରଷର କଥାକୁ ଭାବିକି 

       ହେବା ନାହିଁ କେହି ଦୁଃଖୀ, 

ନୂତନ ବରଷେ ଭଲ କର୍ମ କରି

       ସଭିଏଁ ହୋଇବା ସୁଖୀ।


Rate this content
Log in

Similar oriya poem from Classics