Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Inspirational Others

4  

Sunanda Mohanty

Abstract Inspirational Others

ନୂଆବର୍ଷ ଆସୁଛି

ନୂଆବର୍ଷ ଆସୁଛି

1 min
338



ନୂଆବର୍ଷର ପାଦଶବ୍ଦ ଶୁଣି

ବୁଝିଗଲିଣି ମତେ କିଛି କରିବାକୁ ହେବ

ଏଇ ଯେମିତି ସମସ୍ତ ଦୁଃଖର ପିଆଲାକୁ

ଆକଣ୍ଠ ପାନ କରି ନୀଳକଣ୍ଠ ସାଜି

ହାଏ ହାଲୋ ନକରି ସ୍ୱାଗତ କରିବାକୁ

 ସମସ୍ତ ରାଗ ରୋଷ ମାନ ଅପମାନ

ଉମ୍ହେଇ ଜାଳି ପ୍ରତୀକ୍ଷା ଏନ୍ତୁଡ଼ିଶାଳେ

ଯନ୍ତ୍ରଣା ଲୁହ ଲହୁ ପିଇଦେଇ

ଷଷ୍ଠୀଘର ଚୂନ ମାରିବାକୁ

ଏମିତି ତ ପ୍ରତିବର୍ଷ ହୁଏ

ଭାବିଛି ଏବର୍ଷ ନିଆରା ଢଙ୍ଗରେ ନକଲେ

କାଳେ ଶ୍ରମିକମାନେ ଫସିଯିବେ ସୁଡ଼ଙ୍ଗରେ

ନବଜାତକ ବୋରୱେଲ ଭିତରେ

ଅଦିନିଆ ମେଘ ମାଘରେ ଆସିବ ବଣୁଆ ବାଘ

କରୋନାର କଟକଣା

ଅନାହୁତ କେତେ କା ଠିକଣା

ଯୁଦ୍ଧ କାଳେ ମାଗିବ ଘରଭଡା

ରାଜ୍ୟରେ ଦେଶରେ ବା ମାଟିମାଆ ବକ୍ଷରେ

ସବୁଥିରୁ ବଞ୍ଚିତ କରି ଘୋଡାଇ ରଖିବାକୁ

ମାଆଟିଏ ପରି ବାତ୍ସଲ୍ୟରେ ପଣତ ଭିତରେ

ମମତାର ଫଲ୍ଗୁ ଗୁନ୍ଥି

ଅପେକ୍ଷା କରିଛି ନବବର୍ଷ ଆସ

ଶିଶୁର ହସ ନେଇ ପଶୁର ଭାଷା ବୁଝି

ହୋଇଯାଅ ଅନ୍ୟ ଏକ ଦେବଦାସ

ଅବା ବିଶ୍ୱାମିତ୍ର ହୋଇ ମରାରୁ ରାମ କହି କହି

ଭେଟି ଦିଅ ନବପଲ୍ଲବ

ସ୍ନେହ ପ୍ରେମ ମମତା ଭାଇଚାରା ପ୍ରୀତି

ମୈତ୍ରୀ ସହନଶୀଳତା ଭଲପାଇବାର ଗଭୀରତା

ସାଙ୍ଗକୁ ଦୂରେଇ ପରଶ୍ରୀକାତରତା ।।


Rate this content
Log in

Similar oriya poem from Abstract