STORYMIRROR

Santosh Kumar Ojha

Fantasy Others

4  

Santosh Kumar Ojha

Fantasy Others

ନୂଆ ଲକ୍ଷ୍ମୀ ପୁରାଣ

ନୂଆ ଲକ୍ଷ୍ମୀ ପୁରାଣ

1 min
342

ଗୁରୁବାରେ ଗୃହଲକ୍ଷ୍ମୀ ଗୁରୁ ଗୁରୁ ହେଲେ

ମହାଲକ୍ଷ୍ମୀ ରୋଷ ବହି ନଆସନ୍ତି ଭଲେ ।


ଘରର ଘରଣୀ ନିତି ସୁଁ ସୁଁ ହେଲେ

ଗୃହକର୍ତ୍ତା ଥାଳ ଧରି ବାର ଦ୍ବାର ବୁଲେ ।


ସାମାନ୍ୟ କଥାରେ ନାରୀ ହେଲେ ଚଣ୍ଡାଳୁଣୀ

ଶ୍ରୀୟା ଭାବି ନଆସିବେ ଲକ୍ଷ୍ମୀ ଠାକୁରାଣୀ ।


ଭାରିଯା ଉପରେ ସଦା ହେଲେ ଗର ଗର

ଲକ୍ଷ୍ମୀଛଡ଼ା ହେଇ ବୁଲେ ମାଗଇ ଉଧାର ।


ସ୍ବାମୀ ସେବା ଛାଡ଼ି ନାରୀ କଲେ ଉପବାସ

ଘରେ ନରହନ୍ତି ଲକ୍ଷ୍ମୀ ହୁଏ ସର୍ବନାଶ ।


ବାପ ଘର କଥା ଯଦି ଶୁଣେ ବିବାହିତା

ନାରୀ ହେଇ ନର୍କ ଭୋଗେ ହୁଅଇ ପତିତା ।


ହାତ ଧରି ହତ୍ୟା ଯଦି କରି ବସେ ସ୍ବାମୀ

ଲକ୍ଷ୍ମୀ ନଆସନ୍ତି ପାଶେ ହୁଏ ନର୍କଗାମୀ ।


ପିତୃମାତୃ ସେବା ଯଦି ନକରେ ପୁରୁଷ

ଦାନା କନା ନମିଳଇ ଲକ୍ଷ୍ମୀ ହୋନ୍ତି ରୋଷ ।


ଶାଶୁକୁ ନମାନି ବୋହୂ କଲେ ଦେବ ପୂଜା

ଲକ୍ଷ୍ମୀ କି କୁବେର କେହି ନମାଡ଼େ ଦରଜା ।


ନାରଦ ବୋଲନ୍ତି ଲକ୍ଷ୍ମୀ ଆସିବେ ତୋ ଘର

ଚଳନ୍ତି ପ୍ରତିମା ପୂଜା ଚିତ୍ତ ଦେଇ କର ।


Rate this content
Log in

Similar oriya poem from Fantasy