STORYMIRROR

Chinmayee Kanta

Comedy Fantasy Others

3  

Chinmayee Kanta

Comedy Fantasy Others

ନଟୁ

ନଟୁ

1 min
132

ଖାଇକି ପେଟୁଆ ନଟୁ

ନଟୁ ଗୋଲୁମୋଟୁ

ବାପ ଧନ ଆଜି ଅଛି ବୋଲି ନଟୁ

ଖାଇଲା ଅବଡ ଜବଡ

ମୋଟା ହେଇ ହେଇ ଏତେ ମୋଟା ହେଲା

ଏବେ ହେଉଛି ଗଡବଡ

ଚାଲିବାକୁ ଆଉ ହେଉନି ଜମା

ବସିଲେ ବିନ୍ଧୁଛି ସବୁ

ବସି ହେଉନାହିଁ ଶାନ୍ତିରେ କେଉଁଠି

ଏବେ କି କରିବୁ

ହସିଲେ ସାଙ୍ଗ ହସିଲା ଦୁନିଆଁ

ନଟୁ କୁ ଦେଖି ଦେଖି

ନଟୁ ର ଖୁସି ଫାଟିଗଲା ଆଜି

ମନେ ପଡୁ ଅଛି

ଜୀବନରେ ଯାହା ସିଏ ଖାଇ ଆଛି

କି ଶାନ୍ତି ସେଇ ଖାଇବାରେ ବୋଲି

ଭାବିକି କଲା ଚିନ୍ତା

ପେଟ ବଡ଼ ହୋଇ ଦେହ ଫୁଲିଗଲା

ଏହା କଣ ଶାନ୍ତିର ବାର୍ତ୍ତା

ପେଟ କମିବ ବୋଲି କେତେ କଲା ପ୍ରୟାସ

କେବେ ନ ଖାଇ ପୁଣି କେବେ ଉପବାସ

ସାଙ୍ଗ ସାଥି ସାଙ୍ଗେ ଗଲା ଦିନେ ଯିମ୍

ଲାଗିଲା ପେଟ କମୁଛି

କାମ ଧନ୍ଦା ଛାଡ଼ି ଗଲା ସବୁଦିନ

କି ଖୁସୀ ତାକୁ ମିଳୁଛି

ପେଟ କମିଗଲା ହେଲେ

ଯୀମ ର ଅସର ଲେଉଟାଇ ଦେଲା ଶରୀର

ଅସୁନ୍ଦର ହୋଇ ଦେହ ସାଜି ହେଲା

ସେଥିରେ ବି ନଟୁ ଆନନ୍ଦ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy