Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ନମସ୍ତେ ଦ୍ୱାରିକାଧିଶ

ନମସ୍ତେ ଦ୍ୱାରିକାଧିଶ

1 min
385


    

ନମସ୍ତେ ଦ୍ୱାରିକାଧିଶ ଭୁବନ ସୁନ୍ଦର l

ପଶ୍ଚିମସିନ୍ଧୁ ତଟରେ ସୁନ୍ଦର ମନ୍ଦିର ll

କିଛିଦୂରେ ବସନ୍ତି ମା ଲକ୍ଷ୍ମୀସ୍ୱରୂପିଣୀ l

ବୈଦର୍ଭୀ ରୁକ୍ମିଣୀ ମାତ ବିଦର୍ଭନନ୍ଦିନୀ ll

ଦାରୁକ ବନେ ବସନ୍ତି ବାବା ନାଗେଶ୍ୱର l

ଶିବ ଶମ୍ଭୁ ଭୋଳାନାଥ ପ୍ରଭୁ ମହେଶ୍ୱର ll

କଂସ ଶ୍ୱଶୁର ମଗଧ ପତି ଜରାସନ୍ଧ l

କଂସନିଧନେ ଉପୁଜି ତାର ସଙ୍ଗେ ଦ୍ୱନ୍ଦ୍ୱ ll

ଅତିଷ୍ଠହୋଇଲ ପ୍ରଭୁ ଅତ୍ୟାଚାରେ ତାର l

ଯୁଦ୍ଧେ ହରାଇଲା ମୁଢ଼ ସପ୍ତ ଦଶ ବାର ll

ମଥୁରା ତେଜିଲ ପ୍ରଭୁ ତାହାର ଭୟରେ l

ନବର ଥାପିଲ ଯାଇ ଦ୍ୱାରାବତୀ ପୁରେ ll

ଯଦୁକୂଳ ସଙ୍ଗେ ପାଟବଂଶୀ ପୁତ୍ର ନାତି l

ସିନ୍ଧୁ ବେଷ୍ଟିତ ନଗରେ କରିଲ ବସତି ll

ଦ୍ୱାପର ଶେଷରେ ପ୍ରଭୁ ଯଦୁକୁଳ ନାଶି l

ବୈକୁଣ୍ଠ ଚଳିଲ ପ୍ରଭୁ ଦିବ୍ୟଧାମ ବାସୀ ll

ଦ୍ୱାରିକା ନଗରୀ ଗଲା ସମୁଦ୍ରରେ ବୁଡ଼ି l

ଭେଟଦ୍ୱାରିକା ତୁମ୍ଭର ପୁର ମାତ୍ର ଛାଡ଼ି ll

ଉଦ୍ଧବଙ୍କୁ ଦେଲ ଶିକ୍ଷା ଭାଗବତ ଧର୍ମ l

ଚଳିଲେ ଭକ୍ତ ପ୍ରବର ବଦ୍ରିକା ଆଶ୍ରମ ll

ତୁମ୍ଭର ମହିମା ପ୍ରଭୁ ଦେବେ ଅଗୋଚର l

ଲୀଳାମୟ ପ୍ରଭୁ କାହୁଁ ଜାଣିପାରେ ନର ll

ଦର୍ଶନେ ଲଭିଲି ପ୍ରଭୋ ପରମ ସନ୍ତୋଷ l

ନମଃ ଶ୍ରୀକୃଷ୍ଣ ମୁରାରୀ ହରି ଜଗଦୀଶ ll

             


Rate this content
Log in

Similar oriya poem from Inspirational