STORYMIRROR

Prasanna kumar sahu

Tragedy

4  

Prasanna kumar sahu

Tragedy

ନିର୍ବାଚନ ଫେରନ୍ତା

ନିର୍ବାଚନ ଫେରନ୍ତା

1 min
341


ପଞ୍ଚାୟତ ଭୋଟ

ଶାନ୍ତିରେ ସରିଲା                  

ପହଞ୍ଚିଲି ମୁହିଁ ଘରେ,

ମୋର ପାଇଁ ପତ୍ନୀ

କେତେ ଯେ ମୁଣ୍ଡିଆ

ଘର ଇଷ୍ଟ ଦେବୀ ଠାରେ।


ପ୍ରତି ଘଣ୍ଟାରେ ସେ

ବୁଝୁଥିଲା ଖାଲି

ମୋର ହାଲ ଚାଲ ସବୁ,

କହୁଥିଲା ଖାଲି

ଖାଇ ପିଇ ତୁମେ

ଭଲରେ ଫେରିବ ବାବୁ।


ବ୍ୟାକୁଳତା ଜାଣି

ତା ମନର ସବୁ

କିଛି ମୁଁ ଜଣାଏ ନାହିଁ,

କାହିଁ ଜଣାଇବି

ଚୋର ଚଣ୍ଡାଳର

ଅବସ୍ଥା ଭୋଗୁଛି ମୁହିଁ।


ଧାଡ଼ିରେ ରହିଣ

ସକାଳ ଠାରୁ ଯେ

ସନ୍ଧ୍ୟା ହୋଇବା ପର୍ଯ୍ୟନ୍ତ,

କେତେ ଯେ ହୋଇଲି

ଗ୍ରହଣ କେନ୍ଦ୍ରରେ

ମୁହିଁ ସତେ ହନ୍ତ ସନ୍ତ।


ସେଠାରୁ ଯାଇଣ

ପହଞ୍ଚି ଗଲୁ ଯେ

ନିର୍ବାଚନ କେନ୍ଦ୍ରେ ଯାଇ,

ଖୋଜିବା ପଡ଼ିଲା

ସେହି ଲୋକଟିକୁ

ତାଲା ପରା ଖୋଲା ନାହିଁ।


ପେଟ ଜଳୁଥିଲା

ଭୋକ ଉପାସରେ

ଚୁଡ଼ା ବତରା ଖାଇଲୁ,

ରାତି ସାରା ସବୁ

ଅନିଦ୍ରା ରହିଣ

ଭୋଟ କେନ୍ଦ୍ର ସଯାଡ଼ିଲୁ।


ସକାଳ ହୋଇଲା

ବସିଲୁ କେନ୍ଦ୍ରରେ

କେତେ ପାଟି ତୁଣ୍ଡ ସେଠି,

ନିରାପତ୍ତା ଆମ

କିଏ ଯେ ବୁଝୁଛି

ଭରସା ଠାକୁରଙ୍କଠି ।


କେତେ ମଦ୍ୟପ ଙ୍କ

ମନ ଧରି ଆମେ

ଦାୟିତ୍ୱ ତୁଲାଇ ନେଲୁ,

ଭୋଟ ପେଢି ଆଣି

ଠିକଣା ଜାଗାରେ

ଆମେ ପହଞ୍ଚାଇ ଦେଲୁ।


ଉଦର ଭୋକ କୁ

ଉଦରେ ମାରିଣ

ଘରେ ମୁଁ ପହଞ୍ଚି ଗଲି,

ପ୍ରିୟା ସଙ୍ଗିନିର

ଶୁଖିଲା ମୁଖରେ

ହସକୁ ଫୁଟାଇ ଦେଲି।


ମୋ ବଦନ ଦେଖି

କହିଲା ପ୍ରିୟା ମୋ

ମିଛ କାହିଁ କହୁଥିଲ,

କେତେ ଖାଇ ଥିଲ

କିସ ଖାଉଥିଲ

ମୁଖରୁ ସୂଚାଇ ଦେଲ।


ମୋ ଇଷ୍ଟ ଦେବତା

ସହାୟ ହୋଇଣ

ଭଲରେ ଆଣିଲେ ସତେ,

ଭୋକ ଶୋଷ ଧନ

କେମିତି ସହିଲ

ଜଳ ଜଳ ଦିଶେ ମୋତେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy