STORYMIRROR

KUMUDA CHANDRA DALEI

Inspirational

2  

KUMUDA CHANDRA DALEI

Inspirational

ନିଜକୁ ନିଜେ ପଚାର ଥରେ

ନିଜକୁ ନିଜେ ପଚାର ଥରେ

1 min
13K


ନିଜକୁ ନିଜେ ପଚାର ଥରେ

କୃଷି ଜୀବୀ ଯେତେ ଭାରତର

ତୁମେ ମେରୁ ଦଣ୍ଡ ପରା ଏ ଦେଶର

ଦିଅ ସଭିଙ୍କ ମୁଖେ ଆହାର

ତୁମେ ବିଶ୍ଵାସ ଭାଜନ ଜନତାର

ଅଧିକ ଅମଳ କରିବ ପାଇଁ

ଶସ୍ୟରେ ଢାଳୁଛ ଜହର

ଜହର ଖାଇ ରୁଗ୍ଣ ଜନେ

ଭୋଗନ୍ତି କଷ୍ଟ ଅପାର

ବିଷାକ୍ତ ମାଟି ମାଆର ତନୁ

ମୃତ ଜୈବିକ ସତ୍ତାର

ରାସାୟନିକ ବିଘଟନରେ

ପ୍ରଦୂଷିତ ପରିବେଶର

ଜଳ ଓ ବାୟୁ ଆବର

ଆହାର ସଙ୍ଗେ ଜନଙ୍କୁ ତୁମେ

ଦେଉ ନାହଁ କି ଜହର?

ରୋଗରେ ପଡି ଆସୁ ଜନତା

ହୁଅନ୍ତି ମୃତ୍ୟୁ ମୁଖର

ଏ ନୁହେଁ କି ତୁମ କୁବିଚାର

ଦୁର୍ନୀତି ନୁହେଁ କି କର୍ମର

ନିଜକୁ ନିଜେ ପଚାର.... କ୍ରମଶ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational