STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ନୀଳାଦ୍ରି ବିଜେ

ନୀଳାଦ୍ରି ବିଜେ

1 min
355


ଜୟ ଜଗନ୍ନାଥ ଜଗତର ନାଥ

ଜୟ ନୀଳାଦ୍ରି କେଶରୀ ।

ତୁମ୍ଭ ବିନେ ପ୍ରଭୁ ଶୂନ୍ୟ ପଡ଼ିଥିଲା

ନୀଳାଦ୍ରି ଶିଖର ଦରି ।।

କାଳିଆ ବଳିଆ ଭଉଣୀ ସୁଭଦ୍ରା

ଭକ୍ତ ଭାବେ ହେଲ ଭୋଳା ।

ରଥ ଯାତ୍ରା କଲ ପତିତ ତାରଣେ

ଭକ୍ତ ଜନେ କଲ ମେଳା ।।

ଘୋଷ ଯାତ୍ରା ଶେଷେ ଉଭା ସିଂହଦ୍ୱାରେ

ସେ ଚତୁର ଚିନ୍ତାମଣି ।

ନୀଳାଦ୍ରି ଶିଖରେ ବିଜୟ କରିବେ

ସେବକେ କହନ୍ତି ବାଣୀ ।।

ଶ୍ରୀମନ୍ଦିରେ ଲକ୍ଷ୍ମୀ କବାଟ ରୁନ୍ଧିଛି

ମୋହ ଠାରେ ବହି ରୋଷ ।

ରସଗୋଲା ସାଥେ ଘେନି ଆସିଛି ମୁଁ

ଖୁଆଇ ତାହାଙ୍କୁ ତୋଷ ।।

ସିଂହଦ୍ୱାରେ ଯହୁଁ ଲାଗିଗଲା ଦିବ୍ୟ

ଲକ୍ଷ୍ମୀ ନାରାୟଣ କଳି ।

ବୁଝାଇ ସୁଝାଇ ଲକ୍ଷ୍ମୀଙ୍କୁ ତୋଷିଲେ

ବଡ଼ ଠାକୁର ଶ୍ରୀ ହଳି ।।

ସିଂହ ଦୁଆରର କବାଟ ଫେଡ଼ିଲେ

ହରଷେ ଶ୍ରୀ ଠାକୁରାଣୀ ।

ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂରତି

ଚାଲିଲେ ପାହୁଣ୍ଡ ଗଣି ।।

ପହୁଣ୍ଡି ବିଜୟେ ମହାପ୍ରଭୁ ଯାଇ

ବିଜେ ରତ୍ନ ସିଂହାସନ ।

ଶ୍ରୀମନ୍ଦିର ଏବେ ଆନନ୍ଦେ ଅଧୀର

ଧନ୍ୟ ମହାପ୍ରଭୁ ଧନ୍ୟ ।।

ନୀଳଚକ୍ରେ ଉଡ଼େ ପତିତପାବନ

ମଳୟରେ ମନ୍ଦ ମନ୍ଦ ।

ଅମର ପୁରରେ ଦୁନ୍ଦୁଭି ବାଜଇ

ନାଚନ୍ତି ଅପ୍ସରା ବୃନ୍ଦ ।।

ସୁମନ ବର୍ଷନ୍ତି ଦେବଗଣେ ମିଳି

ଭକ୍ତ ବୋଲେ ହରି ହରି ।

ରତ୍ନ ସିଂହାସନେ ସୁନ୍ଦର ଦିଶନ୍ତି

ହଳି,ଭଦ୍ରା ସଙ୍ଗେ ହରି ।।

ଭକ୍ତ ଗଣେ କୃପା କର ମହାବାହୁ

କରୁଣା ବରୁଣାଳୟ ।

ମହାପ୍ରଭୁ ତୁମ୍ଭ ଅପୂର୍ଵ ଲୀଳା ଏ

ଜୟ ନୀଳାଦ୍ରି ବିଜୟ ।।

      


Rate this content
Log in

Similar oriya poem from Inspirational