STORYMIRROR

Bhakta Malla

Inspirational

2  

Bhakta Malla

Inspirational

ନିଃସଂଗ ପଦାତିକ

ନିଃସଂଗ ପଦାତିକ

1 min
14.3K


ଜୀବନ ପଥେ ସଂଗ୍ରାମ ରଚି

ଚାଲିଛି ମୁହିଁ ବିଜନ ବନେ

ନିଃସଂଗ ପଦାତିକ ,

ସ୍କନ୍ଧେ ମୋର ଶବ୍ଦ ଗୁଳି

ବଜ୍ର ଠାରୁ କଠିନ ବଳି

ମୋ ସାଥେ ମୁହିଁ ଏକ ।।

ଆଗରେ ଏକ ମାନବ ମୁହାଁ

ଦୈତ୍ୟ ଟିଏ ଫୁଲେଇ ହିଆ

ଧରି ଛଳନା ତ୍ରାସ,

ମହା ବିକ୍ରମେ ସମ୍ମୁଖେ ଚଳେ

ତୃଷିତ ପ୍ରାଣ ବାଡବାନଳେ

କରିବ କା'ରେ ଗ୍ରାସ ।।

ମୋ ପାଖେ ଥିଲା ଦୁଇଟି ଅସ୍ତ୍ର

ହିଂସା, ଅହିଂସା ଶବ୍ଦ ଶସ୍ତ୍ର

ଅହିଂସା ଯଦି ଛାଡେ,

ଅନିର୍ବାଯ୍ୟ ମୃତ୍ୟୁ ମୋର

ଧର୍ମ ଅଧର୍ମ ନାହିଁ ତ ତା'ର

କରବାଳର ଦାଢେ ।।

ପରାଜୟ ମୋ ଜାତକେ ନାହିଁ

ଶବ୍ଦ ବ୍ରହ୍ମାସ୍ତ୍ର ଲେଉଟେ ନାହିଁ

ଫୁଟିଲା ମୋର ଗୁଳି,

ଛଦ୍ମବେଶୀ ବିଶାଳ ବକ୍ଷ

ତୀକ୍ଷ୍ଣ ଗୁଳି କରିଲା ଭେଦ

ରୁଧିରେ ଧରା ଝଳି ।।


କବିତା ମୋର ବହ୍ନିମାନ

ବକ୍ଷ ବିଦାରେ ଶୋଷକ ପ୍ରାଣ

ସାମ୍ୟ ସଂଗୀତ ଗାଏ ,

ଭେଦା ଭେଦ ର ପ୍ରାଚୀର ଭାଙ୍ଗି

ଉଚ୍ଚ ନୀଚର ଲହଡି ଲଂଘି

ସଂପ୍ରୀତି କଥା କହେ ।।

ଧ୍ବଂସକାରୀ ବୁଝେ କି କେବେ

ଅହିଂସାର ମରମ ତଳ କଥା ,

ଶୋଷକ କେବେ ଚାହେଁ କି ଭବେ

ଶୋଷିତର ଘୁଂଚୁ ଦୁଃଖ ବ୍ୟଥା !!

ସେ ପାଇଁ ତ ଲୋଡା ମାତ୍ର

ବିପ୍ଳବର ଲେଲିହାନ ଶିଖା

ଅନିର୍ବାଣ ଶକ୍ତ ଶବ୍ଦ ଲେଖା ।।



ଭକ୍ତ ଚରଣ ମଲ୍ଲ

28th October 2017


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational