STORYMIRROR

Titi Sarangi

Inspirational

2  

Titi Sarangi

Inspirational

ନିବେଦନ

ନିବେଦନ

1 min
13.3K


ତୁମ ବାହୁଡାରେ ଯେତିକି ଉଛ୍ବାସ

ମୋ ବାହୁଡାରେ ନାହିଁ

ବାହୁଡି ନ ପାରି ଗଲେଣି ଅଟକି

କେତେ ଯେ ମୁହୂର୍ତ କାହିଁ ।

ଏବେ ବି ତୁମର ଧାରେ ହସ ଦେଖି

ଚମକେ କିଶୋର ମନ

ମୁଁଁ କିନ୍ତୁ ସେମିତି ବାଲ୍ଯକାଳେ ଅଛି

ମନ ମୋ ଚିର ଅଜ୍ଞାନ ।

କେତେ ଯେ କ୍ଷତ ଦେଇଛି ସମୟ

ମୋ ଅଜ୍ଞାନପଣ ସାକ୍ଷୀ

ପାରିବିନି ଆଉ ବାହୁଡି ସେଠାକୁ

କ୍ଷତରେ ମଲମ ମାଖି !!

ପ୍ରଭୁପଣେ ସିନା ତୁମର ବାହୁଡା

ପାଳୁଛି ସାରା ଜଗତ

ପାରିବି କି କୁହ ଆଉ ମୁଁ ବାହୁଡି

ଭରିବକି ମୋର କ୍ଷତ ?

ମୋ ସୁଖ ଦୁଃଖରେ ତୁମ କଥା ଭାବି

ସରି ସରି ଯାଉ ଦିନ

ଅଣ ବାହୁଡା ଏ ସମୟ ବାଟରେ

ଏତିକି ମୋ ନିବେଦନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational