STORYMIRROR

Jagannath Das

Inspirational

3  

Jagannath Das

Inspirational

ନବରାତ୍ରରେ ନବ ମାତୃକା

ନବରାତ୍ରରେ ନବ ମାତୃକା

1 min
185



ନବ ରାତ୍ରରେ

ନବ ମାତୃକାକୁ

ପୂଜିବେ ଜଗତ ଜନେ ।


ଜୀବନର ଭାର

ଦେଇ ତୋ ପାଦର

ଭଜିବେ ଆନନ୍ଦ ମନେ ଯେ ।


ମା ଲୋ ସ୍ନେହ ମୟୀ

ବିପଦ ଭଂଜନୀ

ମହିଷା ମାରିଲୁ ଦିନେ ।


ସଂସାର ପାଳିକା

ରାକ୍ଷସଙ୍କ ଦକା

ନାଶିଥିଲୁ ଆଜ ଦିନେ ଯେ ।


ହିଂସା ପ୍ରତି ମୂର୍ତ୍ତି

ସିଂହବାହନରେ

ଦୀକ୍ଷା ଦେଉ ଅଛୁ ନରେ ।


ତତ୍ତ୍ୱ ଜ୍ଞାନ ନାଶେ

ଅନ୍ଧକାର ଚିର

ହଂସ କାଢ଼େ କ୍ଷୀରୁ ନୀରେ ଯେ ।


ଆଦିକାରଣ ହେ 

ମାତା ବିଶ୍ୱମ୍ଭରୀ 

ଦୀନ ପୂଜା ଫୁଲ ଘେନ ।


ଦମ୍ଭ ମୋହ ଗର୍ବ

ରଖୁନା କାହାରି

ନାଶ କରୁ ଅରୀ ପ୍ରାଣ ଯେ ।


ନମୋ ଦୁର୍ଗା ଦେବୀ

ଜୟ ଆଦିଶକ୍ତି

ଭକ୍ତେ କର ବାରେ ଦୟା ।


ସସାଗାରା ଧରା

ତୋ ସ୍ନେହେ ଆତୁରା

ଲୋଡ଼ନ୍ତି ତୋହରି ଛାୟା ଯେ ।


ଭକ୍ତ ର ମାନସେ 

ତାମସ ବିନାଶ

ସତ୍ୟର ଜ୍ଞାନ ପ୍ରକାଶେ ।


ଦୁଃଖେ ହୁଏ ଯାଣି

ତେଣୁ ଦାକ୍ଷାୟଣୀ

ତୋ ଦୁର୍ଗା ନାମ ବିକାଶେ ଯେ ।


Rate this content
Log in

Similar oriya poem from Inspirational