STORYMIRROR

Panchanan Jena

Inspirational

4  

Panchanan Jena

Inspirational

ନଭଶ୍ଚୁମ୍ଭୀ ଚିତ୍କାର

ନଭଶ୍ଚୁମ୍ଭୀ ଚିତ୍କାର

1 min
275


ପ୍ରେମରେ ପରା ସ୍ନେହ ଅର୍ପଣ ସମର୍ପଣ

ତ୍ୟାଗରେ ପରା ଭାବ ତର୍ପଣ ଦର୍ପଣ 

ପତୀକ୍ଷା ତୀତୀକ୍ଷା ପରୀକ୍ଷା କଣ କଣ 

ଆଣେ ଆତ୍ମାରେ ପୁଲକ କ୍ଷଣକୁ କ୍ଷଣ


ପ୍ରଣୟ ପରା କମନୀୟ ପ୍ରଭାମୟ ସ୍ମରଣୀୟ

ହୃଦୟ ପରା ସୁଧାମୟ ମଧୁମୟ ଅମୃତମୟ

ସମୟ ପରା ଲାସ୍ୟମୟ ହାସ୍ୟମୟ କାବ୍ୟମୟ

ଶୁଭ ପରିଣୟ ପରା ଅଦ୍ଵିତୀୟ ଅବିସ୍ମରଣୀୟ


ପୂଜାରେ ପରା ଶୁଭେ ଅର୍ଚ୍ଚନା ବନ୍ଦନା

ଭକ୍ତିଭାବରେ ପରା ଦିଶେ ଉପାସନା

ଭସାଣୀରେ ପରା ନର୍ତ୍ତନ କିର୍ତ୍ତନ ମୁର୍ଚ୍ଛନା

ପାର୍ବଣରେ ପରା ମୃଣ୍ମୟୀ ମା'ଙ୍କର ପାଦବନ୍ଦନା 


ଉପରେ ପରା ନିର୍ଜଳା ତପସ୍ୟା

ଭୋଗରେ ପରା ବାସନା ଲାଳସା

ଲୋଭରେ ପରା ଅନନ୍ତ ପିପାସା

ଦାନଧର୍ମରେ ପରା ରାସ୍ତା ଖୋଲିଯାଏ ନିର୍ବାଣ ଭରସା ।


କ୍ଷମା କରି ଚାଲରେ ଆତ୍ମନ୍

ପାଲଟି ଯା' ସାଗର ଠାରୁ ଗଭୀର

ଦୟା ଦେଖେଇ ଚାଲରେ ଆର୍ଯ୍ୟାନ୍‌

ପାଲଟି ଯା ଅମ୍ବର ଠାରୁ ବିଶାଳତର

କରୁଣା ବୁଣି ବାଣ୍ଟି ଚାଲରେ ମାନବ

ପାଲଟି ଯା ତ୍ରୀନାଥ ଇଶ୍ଵର ସର୍ବେଶ୍ଵର

ଅନୁକମ୍ପାର ସୁବାସ ଫୁଟେଇ ଚାଲରେ ଭାଇ

ପାଲଟି ଯା ମାନବତାବାଦର ନଭଶ୍ଚୁମ୍ଭୀ ଚିତ୍କାର ।


Rate this content
Log in

Similar oriya poem from Inspirational