STORYMIRROR

Satyanarayan Sahoo

Comedy Romance Crime

4  

Satyanarayan Sahoo

Comedy Romance Crime

ନାଣ୍ଢି ନାନୀର ଯାତ ଦେଖା

ନାଣ୍ଢି ନାନୀର ଯାତ ଦେଖା

1 min
205

ନାଣ୍ଢ଼ୀ ନାନୀ ଆଜି ଯାତ ଦେଖିବାକୁ

ଧାଇଁ ଧାଇଁ ଖୁସି ମନେ

ପହଞ୍ଚିଲା ଯାଇ ଗାଁ କୁ ପ।ରାଇ

ମଶାଣୀ ପଦାର ସ୍ଥାନେ ।


ଆଉ ଅଳ୍ପ ଦୂର ହୋଇ ଗଲେ ପାର

ପଡ଼ିବ ଯାତ୍ରା ମଣ୍ଡପ

ମାଇକ ବ।ହୁଛି ଯାତରା ଡାକୁଛି

ଶୁଣି ଶୁଣି ହୃତ କମ୍ଫ ।


ଡରି ଥରି ଥରି ଯାଉଛି ମଶାଣୀ

ପଦା ରେ ରାତିରେ ନାଣ୍ଢୀ

ଅଣ୍ଡାଳି ଅଣ୍ଡାଳି ଚାଲି ଚାଲି ଥାଏ

ଅନ୍ଧାରେ ଆମର ନାନୀ ।


ପାଖରେ କି ଦୂରେ ବେଗେ ଆସୁଆସୁ

ଭୂତ ପେତ ଡରି ଡରି

ଯାତରା ଟିକିଟି କଥା ଭାବି ଭାବି

କାଳେ ଯଦି ଯିବ ସରି ।


କିପରି ଦେଖିବି ଯାତରା ନାଟ ମୁଁ

ତାଧେଇ ତାଧେଇ ଧୀନ

ଚାହିଁ ଦେଲା ଦୂରୁ ବାଳ ଫୁରୁଫୂରୁ

ଚମକିଲା ଚାଇଁ କିନା ।


ଭାବିଲା ମନ ରେ ହେଇଟା ଭୁତ ଟା

ଖାଇ ଦେବ କିବା ମୋତେ

ପିଳେହି ତାହାର ପାଣି ହୋଇ ଗଲା

ହାଉଳି ଖାଇ କି ସତେ ।


ମୁହିଁ ମାଡ଼ି କରି ପଡ଼ି ରହି ଥାଏ

ନିଦିରା ଆସିଲା ମାଡ଼ି

ବହୁତ ଡେରିରେ ଲୋକ ଦେଖି ତାର

ମୁହିଁ ରେ ଛାଟିଲେ ପାଣି ।


ଧଡ଼ ପଡ଼ ହେଇ ଉଠି ବସି ନାଣ୍ଡି 

କହିଲା ଲୋକ ଙ୍କୁ ଭୁତ

ଧରି ଆଣି ମୋତେ ଏଇଠି ଛାଡିକି

ଛୁଉ ମାରି ଦେଲା ସତ ।



Rate this content
Log in

Similar oriya poem from Comedy