STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ନାଆଁଟି ତାର ପ୍ରୀତି

ନାଆଁଟି ତାର ପ୍ରୀତି

1 min
229

 ସମ୍ପର୍କର ସ୍ଵଚ୍ଛ ସୁନ୍ଦର ଅଗଣାରେ

ହସ ତାର ଲାଗେ ସଜ ଫୁଟାଫୁଲ ପରି

ଭଲ ପାଇବାର ମହକକୁ ଦିଏ ବିତରି

 ସେ ତ ଝିଅ ସମ ଅଲିଅଳି ଅତି

   ନାଆଁଟି ତାର ପ୍ରୀତି 


 ମଧୁର ବନ୍ଧନର ସେ ପୋଷା ଶାରୀ

ଯାଇ ପାରେନା ଖୋଲି ଦେଲେ ବି ପଞ୍ଜୁରୀ

ଘର ପରିବାର ସାଥେ ରଖେ ଘନିଷ୍ଠତା

  ବୋଲକରା ହୋଇଥାଏ ସବୁରି

  ଭାବରେ ହୃଦୟ ଯାଏ ଜିତି

   ନାଆଁଟି ତାର ପ୍ରୀତି।


 ପ୍ରେମର ଚଉରା ମୂଳେ ସେ ସଞ୍ଜବତୀ

 ସବୁରି ଲାଗି ଏକ ଧ୍ୟାନେ ଶୁଭ ମନାସି 

ଦୁଃଖର ରାତି ଦୂରେଇବାକୁ ଢାଳେ ପ୍ରଣତି

  ପବିତ୍ର ଭାବନାରେ କରେ ସ୍ତୁତି

   ନାଆଁଟି ତାର ପ୍ରୀତି 


କାହା ଆଖିରେ ଲୁହ ଦେଖି ପାରେନା ସହି

ସ୍ନେହ ଶ୍ରଦ୍ଧା ଆଦରରେ ନିଏ ମନ ମୋହି

 ଲୁହ ନେଇ ହସ ବାଣ୍ଟେ ହାତ ଖୋଲି

ଭେଦାଭେଦ ରଖେନା ତା' କୋମଳମତି

 ସମଦୃଷ୍ଟି ରଖି ବୁଝେ ସବୁ ପରିସ୍ଥିତି

   ନାଆଁଟି ତାର ପ୍ରୀତି।


ମନର ଆକାଶରୁ ତାର ଝରି ପଡେ ବାରି

 ଲାଗେ ସେ ଅମୃତର ବରଷା ପରି

 ଅନାବିଳ ଆସକ୍ତିର ସେ ଦିବ୍ୟ ଶକ୍ତି

ଆତ୍ମାର ଚୁମ୍ବକୀୟ ଆକର୍ଷଣ ଥାଏ ତା ପ୍ରତି

    ନାଆଁଟି ତାର ପ୍ରୀତି 


 ଜୀବନର ଉତ୍ଥାନ ପତନରେ ସେ ସାଥୀ

 ସଦା ଅପେକ୍ଷାରେ ଥାଏ ଉପେକ୍ଷା ନ କରି

 ଆଗକୁ ଆଗେଇ ନେବାରେ ରହେ ଚିନ୍ତି

  ତା' ଲାଗି ହୁଏ ଗତି ପ୍ରଗତି ଅଗ୍ରଗତି

  ମିଳେ ଚରମ ତୃପ୍ତି ଶାନ୍ତି ମୁକ୍ତି

    ନାଆଁଟି ତାର ପ୍ରୀତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational