STORYMIRROR

Manorama Mohanty

Abstract

2  

Manorama Mohanty

Abstract

ମୁଁ

ମୁଁ

1 min
333


ମେଘ ମହ୍ଲାରର

ସୁର ନୁହେଁ ମୁହିଁ

    ମୁଁ ଏକ ଅଦିନ ଝ଼ଡ଼,

ଧୂମକେତୁ ମୁହିଁ

ମୁହିଁ ଯେ ଲଞ୍ଜା

    କେବେ ବା ଅଗ୍ନିରଡ଼।

କେବେ ଶ୍ରାବଣର

ଝରାମେଘ ମୁହିଁ

    କେବେ ବା ରୌଦ୍ରତାପ,

କେବେ ନୀହାରିକା

ଅକ୍ଷାଂଶ ଦ୍ରାଘିମା

    ସହେ ପୃଥିବୀର ଚାପ।

କେବେ ସାଜିଯାଏ

ଛାୟା ପଥଟିଏ

    କେବେ ଅଣଚାଷୀ ବାଆ,

ଅଥଳ ଜଳର

ନାଉରୀଟିଏ ମୁଁ

     ମେଲିଅଛି ମୋର ନାଆ।

ଜନ୍ମ ଠିକଣା

ଖୋଜେନାହିଁ ମୋର

     ମୁଁ ଯେ ନିର୍ମୂଳି ଲଟା,

କେତେବେଳେ କାର

ଭାଗ୍ୟାକାଶରେ

     ନେଇଆସେ ଘନଘଟା।

ବିଶ୍ବାମିତ୍ରର

କ୍ରୋଧେ ଥାଏଁ କେବେ

    କେବେ ବଶିଷ୍ଠର ପ୍ରାଣେ,

କେବେ ହଜିଯାଏ

ମଉନ ମଗ୍ନେ

    ନିର୍ବାଣର ସନ୍ଧାନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract