ମୁଁ ତୁମକୁ ଭଲପାଏ
ମୁଁ ତୁମକୁ ଭଲପାଏ
ମୁଁ ତୁମକୁ ସାଥି ଭାରି ଭଲପାଏ
ତୁମେ ମୋ ସାଥିରେ ଚାଲିବକି ?
ପ୍ରଥମ ଦେଖାରେ ହସିକି ମୋପାଇଁ
ଗୋଲାପ ଟେ ନେଇ ଆସିବକି ?
ମୋ ଆଖି ରୁ କେବେ ଲୁହ ଝରିଗଲେ
ମୋ ମନ ବୁଝାଇ ପାରିବକି ?
ମୁଁ ତୁମକୁ ସାଥି ଭାରି ଭଲପାଏ
ତୁମେ ମୋ ସାଥିରେ ଚାଲିବକି ?
ବାପାଙ୍କ ବାହୁ ରେ ଭଲ ଲାଗେ ମତେ
ତାଙ୍କ ପରି ପାଖେ ରହିବକି ?
ତୁମରି ସାଙ୍ଗଙ୍କୁ ମୋ ଆଡେ ଦ
େଖାଇ
ତାଙ୍କ ଭାବି ବୋଲି କହିବକି ?
ରାତିରେ କ୍ଳବ ମୁଁ ଯିବାକୁ ଚାହେଁନି
ସକାଳେ ମନ୍ଦିର ଚାଲିବକି ?
ଶରୀରରୁ ମୋର ଓଢଣୀ ନକାଢ଼ି
ମୋ ମୁଣ୍ଡେ ଓଢଣୀ ରଖିବକି ?
କାର ଗାଡି ଘର ଦରକାର ନାହିଁ
ନାଲି ଶାଢ଼ୀ ଗୋଟେ ଆଣିଦେବ ?
ମୁଁ ଯେମିତି ଅଛି ସେମିତି ରଖିବ
ତମେ ମୋର ହୋଇ ରହିଥିବ ।