STORYMIRROR

Pratibha Priyadarshini

Inspirational

5.0  

Pratibha Priyadarshini

Inspirational

ମୁଁ ସୁଭାଷ କହୁଛି

ମୁଁ ସୁଭାଷ କହୁଛି

1 min
13.5K


ହେ ମୋର ପ୍ରିୟ ଦେଶବାସୀ!

ମୁଁ ସୁଭାଷ କହୁଛି...

ତୁମ ଆଦରର ନେତାଜୀ,

ରେଙ୍ଗୁନ ରେଡିଓରୁ ନୁହେଁ

ଲାଲକିଲ୍ଲାର ପ୍ରାଚୀରରୁ

ମୁଁ ଆଜି ଏ ବାର୍ତ୍ତା ଦେଉଛି।

କେତେ ବୀର ସେନାନୀ

ଉତ୍ସର୍ଗ କରି ଜୀବନ ଯୌବନ

ଦେଇଗଲେ ଇପ୍ସିତ ସ୍ଵରାଜ,

ସାତ ଦଶନ୍ଧି ବିତିଯିବା ପରେ ମଧ୍ୟ

ଅନେକ ଶୃଙ୍ଖଳେ ଆବଦ୍ଧ ମୋ ଦେଶ

ମୁକ୍ତ କରିବାକୁ ତହୁଁ ସନ୍ତାନ ନାରାଜ।

ଗର୍ବହୁଏ ଯେବେ ଦେଖେ, 

ବିଶ୍ଵର ଅଗ୍ରଣୀ ସଂସ୍ଥାନ ଯେତେକ

ନିୟନ୍ତ୍ରଣ କରୁଛନ୍ତି ଏ ମାଟି ଦାୟଦ,

ହେଉ ଚିକିତ୍ସା, ବିଜ୍ଞାନ, ପ୍ରଯୁକ୍ତି, ଶିକ୍ଷା,

ବୈଷୟିକ କ୍ଷେତ୍ର ଅବା କଳା ଓ ସଂସ୍କୃତି

କୌଶଳ କୁଶଳେ କରିଛନ୍ତି କରାଗତ।

ନାଳନ୍ଦାର ପୂଣ୍ୟଭୂମେ ଗଢିଉଠୁ

ନୂଆ ନୂଆ କେତେ ତକ୍ଷଶିଳା

ପୁଷ୍ଟ କରୁ ତୁମ ଶିକ୍ଷା ପରିସୀମା,

ଆର୍ଯ୍ୟଭଟ୍ଟ, କାଳିଦାସ, ଚାଣକ୍ୟର ଦେଶେ

ରମଣ,ଟାଗୋର,ଭାବା ଓ କଲାମ ସମ

ସୃଷ୍ଟି ହୋନ୍ତୁ ଜ୍ଞାନୀ,ଗୁଣୀ ଯୋଗଜନ୍ମା।

ଉଠ! ହେ ଦେଶର ଯୁବା

ପୁନରପି କରୁଛି ତୁମକୁ ଆହ୍ଵାନ

ଦୃଢକର ଜାତିର ଉନ୍ନତି ସଂକଳ୍ପ,

ପ୍ରଗତି ଓ ସମୃଦ୍ଧିର ଗଙ୍ଗା ଗୋଦାବରୀ

ପ୍ଳାବନରେ ହସିଉଠୁ ବିକାଶ କୁସୁମ

ଦୂରହେଉ ଜନନୀର ବଳକା ସନ୍ତାପ।

#positiveindia


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational