STORYMIRROR

DILIP KUMAR SAHOO

Romance

3  

DILIP KUMAR SAHOO

Romance

ମୁଁ ଲେଖେ ନୂଆ ଗପ

ମୁଁ ଲେଖେ ନୂଆ ଗପ

1 min
194

    


     ନିଇତି ସକାଳେ ଦେଉଳରେ ବୋଉ

          ମୋ ଲାଗି ଜାଳଇ ଦୀପ

      ନିଦୁଆ ଆଖିରେ  ତୁମ ପାଇଁ ଏଣେ

          ମୁଁ ଲେଖେ ନୂଆ ଗପ


      ବାପାଙ୍କୁ କୁହଇ  ଖୋଜିବା ପାଇଁକି

           ରାଜାପୁଅ ପରି ଜ୍ୱାଇଁ

      ରୂପରେ ଯେମିତି ଗୁଣରେ ସେମିତି

          ଖୁଣି ପାରିବେନି କେହି

     ବୋଉ କଥା ଶୁଣି  ମୋ ମନରେ ଖାଲି

          ନାଚୁଥାଏ ତୁମ ରୂପ 

         ମୁଁ ଲେଖେ ନୂଆ ଗପ ...


     ଲାଜ ବି ଲାଗୁଛି  ଡର ବି ଲାଗୁଛି

          ଏ କଥା କହିବା ପାଇଁ

     ତୁମ ମନ ଆଉ  ମୋ ମନ ମିଶି

          ଉଛୁଳେ ଯମୁନା ନଈ

     ମନ ନଈ ଧାରେ ହୃଦୟ ବେଳାରେ

        ମହକେ ପ୍ରୀତିର ଧୂପ

       ମୁଁ  ଲେଖେ ନୂଆ ଗପ ....


         

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance