The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

KRUTIBAS NAYAK

Comedy Action Others

2  

KRUTIBAS NAYAK

Comedy Action Others

ମୁଁ ହେଇଛି ସ୍ଵାଧୀନ

ମୁଁ ହେଇଛି ସ୍ଵାଧୀନ

1 min
37



ପିମ୍ପୁଡ଼ିହେଇ ମୁଁ ଦୀପକୁ ଚଢିଛି ସରଗକୁ ହାତ ଛୁଏଁ,

ଘରଚିଜ ମୋତେ ଭଲ ଲାଗେନାହିଁ ପର ଜିନିଷକୁ ଚାହେଁ |


କୁକୁରକୁ ଧରି ବାହାଘର କରେ ପାହାର ଖାଏ ମୋ ଗାଈ,

ଷଣ୍ଢକୁ ଫିଟେ ମୁଁ ପଥର ଷଣ୍ଢକୁ ପୂଜାକରେ ମଥା ନୋଇଁ |


ବଞ୍ଚିଥିବା ଯାଏ ଗାଳି ମାଡ଼ ଦିଏ ମୂର୍ତ୍ତିରେ ଚଢାଏ ମାଳ,

ଗାଡ଼ି ମୋର ଚାଲେ ରକେଟ ସମାନ ଦେଖାଏ ମୋ ବାହୁ ବଳ |


ମାଗଣା ମିଳିଲେ ଆଗରେ ଥାଏ ମୁଁ ଧାଡ଼ିରେ ଥିଲେ କେ ଥାଉ,

ନରମ ଦେଖିଲେ ଗରମ ଦେଖାଏ ଛକ ଜାଗାରେ ମୋ ଭାଉ |


ଦାଦାଚାନ୍ଦା ମାଗେ ଥରେ କି ଦି' ଥର ତା'ପରେ ଦେଖାଏ ଛୁରୀ,

ବିଚରା ବେପାରୀ ପାଟି ଖୋଲେନାହିଁ ଦିଏ ସୁନାପିଲା ପରି |


ପୁଲିସ ସହିତ ବସେ ଖାଏ ପିଏ ତାଙ୍କ ଭାଗ ଦେଇଦିଏ,

କାହାର ସାହସ ଅଛି ଲଢିବାକୁ ମୋ ଆଗକୁ ଆସୁ ସିଏ |



Rate this content
Log in

More oriya poem from KRUTIBAS NAYAK

Similar oriya poem from Comedy