ମୁଁ ଏକା ତୁମର
ମୁଁ ଏକା ତୁମର
ଶଙ୍କର୍ଷଣ କର
ଅମାନିଆ ମନ ମୋର
ଖୋଜେ ପ୍ରିତୀର ପରଶ,
ତୁମ ପ୍ରେମ ରାସ୍ତାର ମୁଁ
ପ୍ରତୀକ୍ଷିତ ପଥିକ ।
ସୁଖ ଅବା ଦୁଃଖରେ ମୁଁ
ତୁମ ଚିର ପ୍ରେମିକ,
ହାତ ଧରି ଚାଲୁଥିବି
ପଥ ହେଲେବି କଣ୍ଟକିତ ।
ପ୍ରେମ ବଗିଚାରେ ତୁମେ
ସଦ୍ୟ ପ୍ରସ୍ଫୁଟିତ ଗୋଲାପ,
ତୁମେ ମୋ ହସ ଖୁସୀ
ତୁମେ ମୋ ଗଳପ ।
ମୋ ତୂଳୀ ରଙ୍ଗ ଘରେ
ତୁମେ ଛବି ଏକମାତ୍ର,
ବାରମ୍ବାର ଆଙ୍କିହୁଏ
ତୁମ ମୋନାଲିସା ଚିତ୍ର ।
ତୁୁମେ ମୋର ପ୍ରତିଛବି
ମୁଁ ଯେ ତୁମର ଛାଇ,
ମୁଁ ଯଦି ସାଗର ହୁଏ
ତୁମେ ମୋ ଅବୁଝା ନଈ ।
ସାଥୀଟିଏ ତୁମେ ମୋର
ସଦା ଥିବ ସାଥୀହୋଇ,
ବଞ୍ଚିବି ମୁଁ ତୁମ ସାଥେ
ଜନମ ଜନମ ପାଇଁ ।
କମାରପାଳ,କୁଳିଅଣା,ମୟୂରଭଞ୍ଜ

