STORYMIRROR

Sankarsan Kar

Romance

3  

Sankarsan Kar

Romance

ତୁମେ ମୋ ଜୀବନ

ତୁମେ ମୋ ଜୀବନ

1 min
323


ଆଖିରେ ଦେଖେ ମୁଁ ତୁମ ପ୍ରତିଛବି

   ଓଠରେ ପ୍ରୀତିର ହସ,

ହୃଦୟ ଭିତରେ ରଖିଛି ସାଇତି

   ତୁମେ ମୋ ଶେଷ ନିଃଶ୍ୱାସ ।


ପ୍ରେମ ବଗିଚାର ସଜଫୁଟା ଫୁଲ

   ତୁମ ଦେହେ ଦିଏ ଛୁଇଁ,

କାକର ବିନ୍ଦୁର ସୁନେଲି କିରଣ

   ଝଟକେ ତୁମରି ପାଇଁ ।


ଝରକା ଫାଙ୍କରୁ ତୁମ ପାଦ ଚିହ୍ନ

   ସହଜରେ ବାରି ହୁଏ,

ପାଉଁଜି ତୁମର ପ୍ରେମ ରାଗସୁରେ

   ମନ ମୋର କିଣି ନିଏ ।


କାନର କୁଣ୍ତଳ ସତେ କି'ମୋତେ 

  ହାତ ଠାରି ଡାକୁଥାଏ ?

ଓଠ ସିନା ତୁମ ମୁଦିତ ନିରବ

  ଆଖି କଥା କହୁଥାଏ ।


ପ୍ରେମର ସାଗରେ ମୋତିଟିଏ ତୁମେ

    ମୁଁ ତୁମ ଶାମୁକାଟିଏ,

ତୁମେ ହେଲେ ଛବି ମୁଁ ତୁମ ଛାଇ

    ତୁମେ ମୋ ଜୀବନ ଟିଏ ।


ଭଲ ମୁଁ ପାଉଛି ପାଉଥିବି ଭଲ

  ଜୀବନ ମୋ ଥିବାଯାଏ,

ସାଥି ହୋଇ ତୁମ ଚାଲୁଥିବି ବାଟ

    ତୁମରି ପାଦର ତାଳେ ।


Rate this content
Log in

Similar oriya poem from Romance