STORYMIRROR

Sankarsan Kar

Tragedy

2  

Sankarsan Kar

Tragedy

ଫୋନୀ

ଫୋନୀ

1 min
163

ଏବେ ଚାଲୁଅଛି ନିର୍ବାଚନୀ ପର୍ବ

  କାହିଁକି ଅlସୁଛ ଫୋନୀ?

ଅlସିବାଟା କ'ଣ ନିହାତି ଜରୁରୀ?

  ଏବେ ଲୋକ ଚାଟୁଛନ୍ତି ହୋନୀ !!


ମଦ ମାଉଁସରେ ଅlସର ଜମୁଛି

  ବିଡା ବିଡା ନୋଟ ଦେଇ,

ଅସଲ ବେଳରେ ଅlସୁଛ ଏମିତି

 ବେଳ କାଳ ଜଣା ନାହିଁ ।


ନେତା ମନ୍ତିରିଙ୍କ ଭାଗ୍ୟ ବନ୍ଧା ଅଛି

  ଇଭିଏମ ମେସିନିରେ,

କେମିତି ସୁରକ୍ଷା ହୋଇବ ସେସବୁ

  ସେକଥାରେ ଦିନସରେ ।


ଅବେଳରେ ଅସି ବଢାଇଲ ଚିନ୍ତା

   ନେତା ମନ୍ତିରିଙ୍କ ଭାଗ୍ୟ,

ଜନତାଙ୍କ ଦୁଃଖ କିଏବା ଶୁଣିବ?

  ସାହା ଏକା ଜଗନ୍ନାଥ । 


ଓଡିଶା କି' ତୁମ ଶଶୁର ଘର?

  ଅlସୁଥାଅ ବାରମ୍ବାର, 

ଅନେକ ରୂପରେ ତାଣ୍ତବ କରିଣ

  ଅଣ୍ଟାଭାଙ୍ଗ ଓଡିଶାର!!


ଚାଲିଯାଅ ତୁମେ ଏଇ ରାଜ୍ୟ ଛାଡି

  ଦିଅ ନାହିଁ ଦୁଃଖ କଷ୍ଟ,

ବାରମ୍ବାର ତୁମେ ଦାଉ ସାଧୁଅଛ

  ଲୋକେ ହେଲେଣି ଅତିଷ୍ଟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy