STORYMIRROR

Sankarsan Kar

Others

3  

Sankarsan Kar

Others

ଅଭିନନ୍ଦନ

ଅଭିନନ୍ଦନ

1 min
538


#ଅଭିନନ୍ଦନ

‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐

ଶଙ୍କର୍ଷଣ କର


ଅାମ ସୁନାପୁଅ 'ଅଭିନନ୍ଦନ'

ବୀରର ମୁକୁଟ ପିନ୍ଧି

ବୀରତ୍ୱର ଗାଥା ବଖାଣିଲେ ଅାଜି

ଦେଶର ନାୟକ ସାଜି ।


ତାଙ୍କ ବୀରପଣେ ନଇଁଲା ଶତ୍ରୁ

ତାଙ୍କ ଦେଶଭକ୍ତି ଦେଖି

ସସମ୍ମାନେ ଅାଣି ଛାଡିଲା ଶତ୍ରୁ

ଥରିଲା ବଇରୀ ଛାତି ।


ମା'ମାଟି ଅାଜି ସଲାମ ଜଣାଏ

ତୁମ ପରି ପୁତ୍ର ଦେଖି

ତୁମପରି ପୁତ୍ର ଥିଲେ ମା'ପାଶେ

ଫୁଲି ଉଠେ ମା'ଛାତି ।


ଧନ୍ୟ ତୁମେ 'ଅଭିନନ୍ଦନ'

ଅଭିନନ୍ଦନ ତୁମକୁ

ତୁମପରି ବୀରସନ୍ତାନ ଲୋଡା

ଏଇ ମା' ମାଟିକୁ ।


ସାହାସ ତୁମର ସ୍ୱର୍ଣ୍ଣିମ ଅକ୍ଷରେ

ନା'ସାଥେ ଦେଲ ଲେଖି

ଶତ୍ରୁର ଅାଖିରୁ ହଜାଇ ନିଦ

ଥରାଇଲ ଶତ୍ରୁ ଛାତି ।


ଦେଶବାସୀ ଅାଜି ତୁମପାଇଁ କହେ

ଭାରତ ମାତା କି ଜୟ

ତୁମ ପାଇଁ ଅାଜି ଗର୍ବିତ ଏ ଦେଶ

ଶତ୍ରୁର ଅାଖିରେ ଭୟ ।


ସଲାମ ଜଣାଏ,ଏ ଦେଶ ଏମାଟି

ତୁମେ ଏ ଦେଶର ବୀର

ପ୍ରେରଣା ତୁମେ ସଜାଗ ପ୍ରହରୀ

ତୁମେ ଯେ ପ୍ରକୃତ ହିରୋ ।

‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐

୦୧.୦୩.୧୮

କମାରପାଳ,କୁଳିଅଣା,ମୟୂରଭଞ୍ଜ



Rate this content
Log in