STORYMIRROR

Manorama Mohanty

Classics

4  

Manorama Mohanty

Classics

ମୁଁ ଭଲ ପାଠକଟିଏ ହେବି

ମୁଁ ଭଲ ପାଠକଟିଏ ହେବି

1 min
425


କରିଅଛ ପ୍ରଭୁ ମୋତେ ପାଠକ ସଂସାରେ 

କେତେବଡ଼ ଆଶୀର୍ବାଦ ମୋର ମସ୍ତକରେ


ତୁମ ଆଶୀର୍ବାଦ ଦେଲା ମୋତେ ଯେଉଁ ଶକ୍ତି 

ଶୋଷିତ ବଞ୍ଚିତ ଦୁଃଖେ ଦିଏ ଅଭିବ୍ୟକ୍ତି ।


ଦୁଃସାହସ ବଳେ ସାଧେ ମୋ ଜୀବନ ଲକ୍ଷ୍ୟ 

ସ୍ଥିତାବସ୍ଥା ସମସ୍ୟାକୁ ଖଞ୍ଜିଦିଏ ପକ୍ଷ ।


ମଣିଷ ଜନମନେଇ ଯଦି ନାହିଁ ଜ୍ଞାନ 

ଜନମ ତାହାର ବୃଥା ବୋଲାଏ ଅଜ୍ଞାନ ।


ଚିନ୍ତନ ଲିଖନ ପୁଣି ଶ୍ରବଣ ପଠନ 

ସବୁ ଜ୍ଞାନ ବୋଧଗମ୍ୟ ହେବା ହିଁ ଧାରଣ ।


ପଠନ କାର୍ଯ୍ୟଟି ସିଦ୍ଧ ଯଦି କରିପାର 

ତେବେ ଦିଶିବ ତାହାକୁ ସଂସାର ସୁନ୍ଦର ।


ସେହିଗୁଣ ଶ୍ରେଷ୍ଠଗୁଣ ପଛା ନାହିଁ ଦିଶେ 

ସୁଧାରିବ ଶତଭୁଲ ନିର୍ଭୁଲ ବିଶେଷେ ।


ଦୁଇହାତ କପାଳରେ ଦେଇ ଭାବୁଥିଲେ 

କିଏ କିଛି କରିପାରେ ଉତ୍ସାହ ହାରିଲେ ।


ପଡିଛି କି ରାସ୍ତେ ଖୁସି ଖୋଜିଲେ ମିଳଇ 

ନିଜକୁ ଗଢିତୋଳିବା ନିଜତ୍ବ ଅଟଇ ।


କର୍ମ ର ସାର୍ଵଭୌମିକ ନିୟମ ଆଧାରେ 

ସୂକ୍ଷ୍ମ ରୂପେ ସଞ୍ଚାଳିତ ସବୁ ଏ ସଂସାରେ ।


ଆଚରଣ, ବ୍ୟବହାର, ସଂସ୍କାର, ଦର୍ଶନ 

କିଛି ଅପେକ୍ଷା ଯାହାର ରଖ ପ୍ରାପ୍ତି ଗୁଣ ।


ମନ୍ଦିରେ ଭୋଗ ଚଢାଇ କାମନା ପୂରଣ 

ଏଡେ ଅଳ୍ପ ମୂଲ୍ୟ ଦେଲେ କି ସୁଧୁରେ ଜୀବନ ।


ଏପରି ଆଶା ତ ନିଶ୍ଚେ ହୋଇଥାଏ ବ୍ୟର୍ଥ 

ସାର୍ଥକ ଜୀବନ ପାଇଁ ଲୋଡ଼ା ଜ୍ଞାନପଥ ।


ସୁଜ୍ଞାନର ପ୍ରବନ୍ଧନ ମୁଖ୍ୟ ହିଁ ପଠନ 

ଭ୍ରମିତ ମନକୁ ବାନ୍ଧେ ଦେଇଣ ସମ୍ମାନ ।



Rate this content
Log in

Similar oriya poem from Classics