ମୁଖା
ମୁଖା


ମେଞ୍ଚାଏ କାଦୁଅକୁ ଥାପି ଦେଇ
ହାତେ ଲମ୍ବାର ଜିଭକୁ ଟାଣି,
ମୂର୍ତ୍ତିକାର ଗଢୁଛି ଏକ ନୂଆ ମୁଖା ।
ସେ ମୁଖା ପୁଣି ହୁଏ ରଙ୍ଗୀନ୍
ଜିଭଟି ଓହୋଳି ପଡେ
ଗାଢ଼ ଲାଲ ରଙ୍ଗକୁ ନେଇ ।
ମୁଖାର ରଙ୍ଗ ଭିତରେ ଲୁଚି ଯାଏ
ମୂର୍ତିକାରର ସମସ୍ତ ଚିନ୍ତାଧାରା
କେବଳ ଆଲୁଅରେ ଝଲସି ଉଠେ
ଯୁଗୋପୋ ଯୋଗୀ ମୁଖାଟିଏ ।
ଲାଲ ରଙ୍ଗର ଜିଭ ଟିରେ
ଗନ୍ଧ ବାରି ଉଠୁଥାଏ
ଆମ୍ପୁଡ଼ା, କାମୁଡ଼ାରୁ,
ଝରୁଥିବା ଟପ୍ ଟପ୍ ରକ୍ତବିନ୍ଦୁର ।
ତଥାପି ମଣିଷତ୍ଵର ଅର୍ଘ୍ୟ ପାଏ
ଏକ ଦମ୍ ନିର୍ଜୀବ ମୁଖାଟିଏ,
ଏଇଠି ହାତରେ ମୁଖା,
ପାଟିରେ ମୁଖା,
ମୁଖରେ ମୁଖା,
କେମିତି ବାରିବା ଅସଲ ମୁଖାକୁ ।
ଓଠରେ ହସ, ପେଟରେ ଦାଢ଼ି,
ଆଖିରେ ଲୁହ, ମନରେ ବେତାଳ ପରି ହସ,
ବାର ହାତ ଖଣ୍ଡାଟେ ଆସନ୍ତାନି
କାଟି ଫିଙ୍ଗି ଦେବାକୁ ଏ ମୁଖାକୁ,
ବାରି ହୁଅନ୍ତା ମୁଖା ଭିତରର
ବୀଭତ୍ସତା ବା କୋମଳତାକୁ ....