STORYMIRROR

Subhasish Pradhan

Tragedy

3  

Subhasish Pradhan

Tragedy

ମଫୁ

ମଫୁ

1 min
256

ଭିଡ଼ର ସହରେ ଠିଆ ଏକୁଟିଆ ନିପଟ ଗାଉଁଲିଟେ,

ମୁଁ ଅଶିକ୍ଷିତ, ଅସୁନ୍ଦର, ଅସନା ଲୋକ ଟାଏ।

ମେଞ୍ଚାଏ ଆଶା ସାଥିରେ ନେଇ ଧାଇଁ ଆସିଛି ଏଇ ସଭ୍ୟ, ସୁନ୍ଦର, ଶିକ୍ଷିତ ସହର ଭିତରକୁ।

ଖଟିବି ହଁ ବହୁତ ଖଟିବି.....

ଯୋଉ ପଇସା ମିଳିବ ନା ସେଥିରେ ପରିବାର ପାଇଁ ସପନ କିଣିବି,

ମୋ ଛିଣ୍ଡା ଗାମୁଛାରେ ସେ ସପନକୁ ବାନ୍ଧି ସାଇତି ରଖିବି।


ଆଜ୍ଞା, କିଛି କାମ ମିଳିବ?

କାଳିଅନ୍ଧାରୁ ଗାଁ ଛାଡିଥିଲି ଯେ ଦିନ ଆସି ମୁଣ୍ଡ ଉପରେ।

ପେଟ ଭୋକରେ କାନ୍ଦିଲାଣି ବାବୁ,

ତାକୁ ଟିକିଏ ତୁନି କରେଇଦେଲେ ଯାଇ ପୁଣି ଖଟିବାକୁ ପଡ଼ିବ।

କଣ କହିଲେ ! ମୋ ଲାଗି କିଛି କାମ ନାହିଁ....

ଦୟା କରନ୍ତୁ ଟିକିଏ

କାମ ନକଲେ ଚାରିପ୍ରାଣୀ ମୋର ଲୁହଲହୁର ନଈରେ ଭାସିଯିବେ।

ଯଦି ସେମାନେ ନ ରହିବେ ମୁଁ ଆଉ କାହାପାଇଁ ବଞ୍ଚିବି?


କି ଆଲୁଅ ଏ ଅନ୍ଧାରେ,

ମୋ ଗାଁ ଏଇଖଣି ଶୋଇପଡିଥିବ ଗାଢ଼ ନିଦରେ।

ସତରେ ଏ ସହର ରାତିରେ ବି ଚିକ୍-ମିକ୍ କରୁଛି

ଛାଡ଼ ମୋର କଣ ବା ଯାଏ ଆସେ,

ମତେ ଏବେ ନିଦ ଦରକାର,

ରେଳ ଷ୍ଟେସନ ଅଛି ପରା ଏଇ ସରହର ଗରିବଙ୍କ ସାଥି

ଆଜି କାମ ମିଳିଲାନି ହଉ ଯାଏ ପାଣି ପେଟେ ପିଇଦେଇ ଶୋଇଯିବି।


ଦିନ ପୁରା କୋଡ଼ିଏ ତିନି (୨୩) ହେଇଗଲା,

କାଇଁ ସହରରେ କୋଉଠି ମତେ ସ୍ଥାୟୀ କାମ ଖଣ୍ଡେ ମିଳିଲାନି।

ମୋ ଗାଁ ରେ ମତେ ସମିସ୍ତେ କୁସୁନି ଡାକୁଥିଲେ ଆଉ ଏଠି କଣ ସମିସ୍ତେ "ମଫୁ" ବୋଲି ଡାକୁଛନ୍ତି।

ମୁଁ ଆଉ ଏଠି ରହିବିନି ଜମା,

ରାଜୁକୁ ସନା ଦାଦି ଦୋକାନରୁ ଗୁଲୁଗୁଲା ଦେଇ ଭଣ୍ଡେଇ ଦେବି ପଛେ,

ରାଜୁ ବୋଉକୁ ବୁଝେଇଦେବି ସହର ଖାଲି ବଡ଼ ବଡ଼ିଆଙ୍କର,

ଆମ ମଳିମୁଣ୍ଡିଆଙ୍କ ପାଇଁ ଖାଲି ଯାହା ଗୋଟିଏ ଅଳିଆଗଦା ଟାଏ।

ଆଉ ରହିବିନି ଏ ସହରେ

ଆଜି ଫେରିଯିବି.......

ହଁ ହଁ ଆଜି ଫେରିଯିବି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Subhasish Pradhan

ମଫୁ

ମଫୁ

1 min ପଢ଼ନ୍ତୁ

Similar oriya poem from Tragedy