Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Tragedy

4  

Panchanan Jena

Tragedy

ମୋତି ମାଣିକ

ମୋତି ମାଣିକ

1 min
249



ଜେଜେମା ଖାଉଥିବା କଂସା ବେଲା

ଓଳିଆ ପାତ୍ର ଘରେ ବନ୍ଧା ପଡିଲା 

ପଚାଷ ଟଙ୍କାରେ

ବଡ଼ ନାତି ଦଶମ ବୋର୍ଡ ପରୀକ୍ଷା

ଫର୍ମ ଫିଲାପ ଫିସ୍‌ ପୈଠ ହେଲା

କେଇ ଟୋପା ଲୁହ-ଲହୁରେ ।


ଗୋବିନ୍ଦା ସାମଲ ଗାମୁଛା ପାରି

ଦାଣ୍ଡ ପିଣ୍ଡାରେ କାତି ମେଲେଇ ଶୋଇଛି

ଶ୍ୱଶୁର ଆଣିଥିଲେ ଦୁଇ ମହଣ ଧାନ

କାଳ ସନ ପାଞ୍ଚ ବର୍ଷ ପୁରିବାକୁ ବସିଛି


 ବୁଢୀ ପାଚିଲା

ମନେ ମନେ ପଣ କରିନେଲା

ଗୁଆ ସୁପାରି ବଦଳରେ 

ତାଳ ଖୁକୁଣ୍ଡି ମିଶା ପାନ ବରଂ ଖାଇବ

ପରିବାର ବୋଝ ସାରିବ


 ସୁନାମୁଦି ସିତଳାଇ

ଅଗ୍ରୀମ ଦେଲା ବଢେଇ

ଅନାମିକା ଅଙ୍ଗୁଳିରେ ପଶେଇ

ମେଳା କିଣା ଦଶଟଙ୍କିଆ 

ଧାତୁରେ ତିଆରି ନାଇ 


ନାତୁଣୀର ରାତି ବାହାଘର

ହାର ଯୋଗାଡ଼ ହେଇ ପାରିଲାନି

କହୁଛି ପୁଅ ମ୍ରୀୟମାଣ ରାତି ଏଗାର

କାନ୍ଦୁଣ ମାନ୍ଦୁଣ ସ୍ଵର

ଖୋଲିଦେଲା ମାନ୍ଧତା ଅମଳର

ଦଶ ଭରିଆ ହାର


ଗଳାରେ ଲମ୍ୱେଇ

 ବେଦିରେ ହାତଗଣ୍ଠି ପକେଇ

ଖିଲି ଖିଲି ହସୁଛି ମଉନମୁହିଁ

ସାଙ୍ଗ ମେଳରେ ସେଲ୍ଫି ନେଉଛି

ବେକ ଲମ୍ବେଇ

ଦାଣ୍ଡ ଦୁଲୁକେଇ 

କନ୍ଦେଇ କମ୍ପେଇ

ପର ଘରକୁ ଉଡିଗଲା

ଛାତିକୁ ଥରେଇ

ସକାଳୁ ସକାଳୁ ବିଦାୟ ନେଲା

ଘରକୁ ଅନ୍ଧାର କରିଦେଇ ।


ସେହି ବଡ଼ ନାତି ଆସିଛି ଘରକୁ

ପ୍ରଥମ ରୋଜଗାର ପାଇ

ପ୍ରଥମ ମାସର ଦରମା ନେଇ

ବୁଢୀମା ଜେଜେମା ପାଇଁ

ନାଲି ସମ୍ବଲପୁରୀ ପାଟ 

ସହିତ ଆଣିଛି

ନୂଆ କଂସା ବେଲାଟେ 

ବଣିଆପଟି ବାଲେଶ୍ଵରରୁ ଖୋଜି

ହେଇ ହାଇଁ ପାଇଁ

ନାଲିଆ ଗିଫଟ୍ ପ୍ୟାକେଟରେ

ଗୋଡେଇ ମୋଡେଇ ।


ମୁଣ୍ଡିଆ ମାରିଲା ବେଳକୁ

କୋଳେଇ ନେଲା ରୋଗିଣା ହାତ

ମଥାରେ ବୁଲେଇ ନେଲା

ଚର୍ମମିଶା ଶିରାଳ ଅଭୟ ହସ୍ତ

କପାଳରେ ବୋକ ଦେଉ ଦେଉ

ଆଖି କୋଣରେ ଦୋଳି ଖେଳୁଥିଲା

କେଇବୁନ୍ଦା

ମୋତି ମାଣିକର ଆତଯାତ ।


Rate this content
Log in

Similar oriya poem from Tragedy