Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Barik

Others Tragedy

4.5  

Bijay Barik

Others Tragedy

ମୌସୁମୀ ତୁ ଗଲା ପରେ

ମୌସୁମୀ ତୁ ଗଲା ପରେ

1 min
6.2K


ମୌସୁମୀ ତୁ ଗଲା ପରେ

ଦାମି ମଣିଷର

ମାଗଣା ମୂର୍ଖତାରେ

ମଶାଣି ବିଲୁଆଙ୍କ

ଅଂଧେରି ଚକ୍ରାନ୍ତରେ

ଗଛର

ତତଲା ଲୁହରେ

ଭାଙ୍ଗି ଯାଇଛି

ମେଘର

ଷ୍ଟେଚ୍ୟୁ ଅଫ୍ ୟୁନିଟ୍ ।


ମୌସୁମୀ ତୁ ଗଲା ପରେ

କେହି ଜଣେ

ଭିକ୍ଷାଂ ଦେହି ଭିକ୍ଷାଂ ଦେହି କହି

ଲକ୍ଷ୍ମଣ ରେଖା ସେପଟୁ

ଷ୍ଟ୍ର ଲଗାଇ

କଳା ସ୍ଥାପତ୍ୟରୁ

ଶୋଷି ନେଇଛି

ତୁ ଦାନ କରିଥିବା

ବୁନ୍ଦା ବୁନ୍ଦା ରକ୍ତ ।


ମୌସୁମୀ ତୁ ଗଲା ପରେ

ପୁଣି କେହି ଜଣେ

ମେଘ ପିଠି ରେ ବସି

ଖୋଲା ଦେହକୁ ଥଣ୍ଡା କରି

ଉଭାନ୍ ହୋଇ ଯାଇଛି

ମଞ୍ଚା ଉପରେ

ଛାଡି ଯାଇଛି ଯାହା

ସଜ ଫଳା ଲାଉ ଦେହରେ

କିଛି ଆଞ୍ଚୁଡା ଦାଗ

ପୁଣି ମୁଠା ମୁଠା ଯନ୍ତ୍ରଣା ।


ମୌସୁମୀ ତୁ ଗଲା ପରେ

ପୁଣି କେହି ଜଣେ

ଫଟା ହୀଡ ମାଟି

ଉପରେ ବସି

ଭଂଗା ଗୀତଟେ ଗାଇ

ମାଟି ସିଲଟରୁ

୨,୪ଡି ରେ ଲିଭାଇ ଦେଇଛି

ମେଘ ବରଷିଲା

ଟୁପୁରୁ ଟୁପୁରୁ

କେସୁର ମାଇଲା ଗଜା ।।

@ବିଜୟ କୁମାର ବାରିକ


Rate this content
Log in