STORYMIRROR

Anita Ray

Tragedy

3  

Anita Ray

Tragedy

ଧୋକା

ଧୋକା

1 min
13.5K


ଧୋକା ଗୋଟେ ପରିଚିତ ଶବ୍ଦ

କିଛି ଆତଙ୍କିତ ମୁହୂର୍ତ୍ତରେ

ଵଦଳି ଯାଇ ପାରେ ସଵୁ

ଅନ୍ଧାର ଭିତରେ

କେଉଁ ଗୋଟିଏ କ୍ଷତର ଦରଜ

ଯାହା ଵିକ୍ଷତ କରେ

ଥରକୁ ଥର ଏମିତି ପ୍ରତି ଥର


ଅଧାଵୁଜା ଆଖି ପତା ତଳେ

ରୁଗୁ ରୁଗୁ ହୋଇ ପୋଡିଯାଏ

ଧୀର ଗତିରେ

ସ୍ପନ୍ଦିତ ହେଉଥୁଵା ଶିରା ପ୍ରଶିରା କୁ

ଧୋକା ଯେଵେ ଛୁଇଁ ଦିଏ

ଆହା ସେ କି ଯନ୍ତ୍ରଣା.. !


ଯେଉଁ ଦୃଢତା ଯେଉଁ ଵିଶ୍ୱାସ

ଧାରଧାର ହୋଇ ଝରି ଆସେ

ପୁଣି କେଵେ ପାଦ ପାଖେ

ଶୁଖିଶୁଖି ଜଳିଯାଏ

ନିଜ ଭିତରେ ଉଜାଡି ଦେଇଥାଏ

ଦୁଃଖ ର ଦୀର୍ଘଶ୍ବାସ.. .

ଵୋଧେ ଇଏ ସେଇ ଧୋକା ।


ଵେଳେଵେଳେ ନିର୍ବୋଧ ପଣିଆ ଟା

ଵଳି ପଡିଯାଏ

ମୁକୁଳିଵାକୁ ରାସ୍ତା ନ ଥାଏ

ରଙ୍ଗ ହୀନ ଧୋକା

କାହାର ପ୍ରତିଛବି ସହ

ଖେଳିପାରେ

ଅନେକ ଖେଳ

ଅସହ୍ୟ ଏ କଷ୍ଟ

ଵେଦନାରେ ଭରା ..........


ଅନିତା ରାୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Anita Ray

Similar oriya poem from Tragedy