ମୋତେ ବଞ୍ଚାଇ ରଖ
ମୋତେ ବଞ୍ଚାଇ ରଖ
ତୁମେ ଭାବୁଛ କି
ତ୍ରିରଙ୍ଗାରେ ଗୁଡେଇ
କଫିନ ଭିତରେ ଶୋଇଛି ମୁଁ
ଅବଶ ଶରୀରରେ ଅସହାୟ ପଣରେ ?
ନା’ ମୁଁ ସେଠି ନାହିଁ,
ମୁଁ ସେଠୁ ଉଠି ଆସି
କେବେଠୁ ବସି ସାରିଲିଣି
ତୁମ ଆଖି, ମନ, ହୃଦୟ ଭିତରେ |
ମୋତେ ବଞ୍ଚାଇ ରଖ
ଥର ମରୁଭୂମି ତତଲା ପବନ ପରି
ତୁମ ନାକ ପୁଡ଼ାରୁ ବହୁଥିବା ପବନରେ ,
ମଉସିନର୍ମର ଲଗାଣ ବର୍ଷା ପରି
ବୋହୁଥିବା ତୁମ ଆଖିର ଲୁହରେ,
ହିନ୍ଦ ମହାସାଗରର ମାଛ ପରି
ପହଁରିବାକୁ ଦିଅ ସଦାକାଳ
ତୁମ ମନ ସମୁଦ୍ରରେ ,
ଗ୍ରୀଷ୍ମ, ବର୍ଷା, ଶୀତ, ଶରତ, ବସନ୍ତ
ପ୍ରତିଟି ଋତୁରେ ଧରିତ୍ରୀର ସ୍ଵର୍ଗ
ହିମ ଶୀତଳ କାଶ୍ମୀରରେ
ଫୁଟୁଥିବା ଗୁଳିପରି
ବଞ୍ଚେଇ ରଖ ମୋତେ
ତୁମ ହୃଦୟର ପ୍ରତି ସ୍ପନ୍ଦନରେ |
ତୁମ ମନ, ଆତ୍ମା, ଆଖି, ହୃଦୟ କୋଣରେ
ମୋତେ ସେ ଯାଏ ବଞ୍ଚେଇ ରଖ,
ଯେ ପର୍ଯ୍ୟନ୍ତ ମୋ ଦେଶର
ପ୍ରତିଟି ସୈନିକ ନ ଶୋଇଛି
ପ୍ରତିଟି ରାତ୍ରିରେ ଶାନ୍ତିର ନିଦ୍ରାରେ ,
ମୋ ଦେଶର ଅଶାନ୍ତ ଯୁବକ
ବନ୍ଧୁକ ଛାଡି ନ ଗାଇଛି
ମୈତ୍ରୀର ସଙ୍ଗୀତ କପୋତ ଭାଷାରେ |
ଲଷ୍ମୀପ୍ରିୟା ଓଝା | ଗୁଜରାଟ |