Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Romance

3  

ତାରାପ୍ରସାଦ ଜେନା

Romance

ମୋର ଆଖିରେ ସପନ ନାହିଁ ହୋଇଯା' ସପନ ମୋଟ

ମୋର ଆଖିରେ ସପନ ନାହିଁ ହୋଇଯା' ସପନ ମୋଟ

1 min
12



ମୋର ଆଖିରେ ସପନ ନାହିଁ 

ହୋଇଯା' ସପନ ମୋଟ

ମୋର ମଥାରେ ଟିକିଲି ନାହିଁ

ହୋଇ ଯା' ଟିକିଲି ଛୋଟ

ମୋର ଆଖିରେ ସପନ ନାହିଁ 

          ହୋଇଯା' ସପନ ମୋଟ ! ୦ !


ମୋର ମୁହଁରେ ହସଟେ ନାହିଁ

ହୋଇଯା' ହସର ଫୁଲ

ମୋର ସ୍ନେହରେ ଭାଷାଟେ ନାହିଁ

ହୋଇଯା' ଭାଷାର ଗେଲ,

ମୋର ଦେହରେ ପାଟଟେ ନାହିଁ

ହୋଇଯା' ନାଲିଆ ପାଟ

ମୋର ଆଖିରେ ସପନ ନାହିଁ 

          ହୋଇଯା' ସପନ ମୋଟ ! ୧ !


ମୋର ଅଣ୍ଟାରେ ସୂତାଟେ ନାହିଁ

ହୋଇଯା' ଅଣ୍ଟାର ସୂତା

ମୋର କାଞ୍ଚୁଲି ଫିତାଟେ ନାହିଁ

ହୋଇଯା' ରେଶମୀ ଫିତା,

ମୋର ବେଣୀରେ ରିବନ୍ ନାହିଁ

ହୋଇଯା' ରିବନ୍ ଛିଟ

ମୋର ଆଖିରେ ସପନ ନାହିଁ 

          ହୋଇଯା' ସପନ ମୋଟ ! ୨ !


ମୋର ପାଦରେ ଝୁଣ୍ଟିଆ ନାହିଁ

ହୋଇଯା' ଝୁଣ୍ଟିଆ ହଳେ

ମୋର ଗଳାରେ ହାରଟେ ନାହିଁ

ହୋଇଯା' ହାରଟେ ଗଳେ,

ମୋର ମନରେ ଖୁସି ତ ନାହିଁ

ହୋଇଯା' ଖୁସିର ହାଟ

ମୋର ଆଖିରେ ସପନ ନାହିଁ 

          ହୋଇଯା' ସପନ ମୋଟ ! ୩ !



Rate this content
Log in

Similar oriya poem from Romance