Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinapana Loknath Reddy

Romance Inspirational

3  

Chinapana Loknath Reddy

Romance Inspirational

ମୋ ଶୁଖିଲା ହୃଦୟରେ ଜଳ

ମୋ ଶୁଖିଲା ହୃଦୟରେ ଜଳ

1 min
153



ପ୍ରଣୟ ପ୍ରଣିତା         

ମୋ' ମନ ମନୀଷା

ହେ ମୋ' ପ୍ରିୟା ପ୍ରଣୟିନୀ!

ତୋ' ଚନ୍ଦ୍ରବଦନ         

ପ୍ରଫୁଲ୍ଲ ଚାହାଣୀ

ତୁ' ମୋ' ପ୍ରେମ ନିର୍ଝରିଣୀ |

ପ୍ରେମର ସମ୍ପର୍କ        

ଅତି ମନୋହର

ତୁ' ରାଧା ମୁଁ ଅଟେ ଶ୍ୟାମ

ସୁମଧୁର ଆମ         

ସ୍ନେହର ସମ୍ପର୍କ

ତୁହି ସୀତା ମୁହିଁ ରାମ |

ପ୍ରେମ ପୀରତିରେ      

ଭରିଦେବି ତୋତେ

ଦେଇ ଚିର ସ୍ନେହ ସ୍ୱର

ରଖିଦେବି ସଦା       

ମୋଅରି ପାଶରେ

ବୁଲେଇ କେତେ ମୁଁ ପୁର |

ମୋ' ହୃଦ ମନ୍ଦିରେ    

ସ୍ଥାନ ମୁଁ ଦେଇଛି

ସମ୍ପର୍କରେ ଦେବୀ ଦାସ

କିଏ ବା' ଚାହିଁବ       

କରିବ ଭଙ୍ଗନ

ମାଡ଼ିବେନି କେହି ପାଶ |

ହୋଇଯାଉ ଆମ    

ପ୍ରଣୟ ସମ୍ପର୍କ

କ୍ଷୀର ନୀର ଚିର ପ୍ରେମ

ଆମକୁ ଦେଖି ବା'    

ଜଗତ ଗାଇବ

ବୋଲି ପ୍ରେମେ ଆମ ନାମ |

ସ୍ନେହ ସମ୍ପର୍କ ତ'     

ଛେନା ସର ପରି

ସ୍ୱର୍ଗପୁର ସୁଖ ଆଣେ

ଅନୁଭବୀ ସିନା      

ଥାଏ ଅବଗତ

ତା' ବିନା କିଏ ବା' ଜାଣେ?


  


Rate this content
Log in

Similar oriya poem from Romance