STORYMIRROR

Rangalata Sahoo

Inspirational

2  

Rangalata Sahoo

Inspirational

ମୋ ଶିକ୍ଷକଙ୍କ ପାଇଁ ପଦେ

ମୋ ଶିକ୍ଷକଙ୍କ ପାଇଁ ପଦେ

1 min
209

ଇଛା ହୁଏ,

ବୃଦ୍ଧାଙ୍ଗୁଳି କାଟିଦେଇ ସମର୍ପିବି

ଦର୍ଶାଇବି ମୋ ଗୁରୁଦକ୍ଷିଣାର ପରାକାଷ୍ଠା,

ମନ ହୁଏ ଶୋଇଯିବି ଅନ୍ଧକାର ରାତ୍ରେ

(ବିଲ ଢି଼ଅ ହୋଇ) ପାଣି ସୁଅ ଅଟକାଇବାକୁ

ଗୁର୍ବାଦେଶ ପାଳି,

ଆଦର୍ଶ ଉପମନ୍ୟୁ ସାଜି ଖାଇଯିବି

ଅରଖ ପତ୍ରକୁ

ଛତ୍ରପତି ଶିବାଜୀ ମୁଁ ପିଇଯିବି

ରାମଦାସ କ୍ଷତର ପୂଜକୁ।

ହେଲେ ପାରିଲିନି ହୋଇ

ଆରୁଣୀ,ଉପମନ୍ୟୁ,ଏକଲବ୍ୟ

କେଉଁଥିରୁ ଜଣେ,ରଚିବାକୁ ଇତିହାସ

ପୃଥିବୀର କେଉଁ ଏକ କୋଣେ।

ତଥାପି,ପ୍ରତିଦାନେ କିଛି ଯେଣୁ ପାରୁନାହିଁ ଦେଇ

ପରିବର୍ତ୍ତେ ମାଗୁଅଛି ବିନମ୍ର ଭାବରେ

ବେତର ଦୁଇ ପ୍ରହାର,ଚୁର୍ଣ୍ଣିଭୁତ କରିବାକୁ

ଅଜ୍ଞାନତା,ଗର୍ବ,ମିଥ୍ୟା ଅହଂକାର।

କୁଣ୍ଠିତ ନହୋଇ ଢାଳି ଦିଅନ୍ତୁ,

ସସମ୍ମାନେ ଘେନି ଯିବି ମଥାରେ ମୋହର

ତବ ପଦ ଧୂଳି,ଆଶିଷ ର ଶ୍ରେଷ୍ଠ ଉପହାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational