STORYMIRROR

Rangalata Sahoo

Inspirational

4  

Rangalata Sahoo

Inspirational

ବୋଉ,ମା,ମାମା

ବୋଉ,ମା,ମାମା

1 min
179

ତୋ ଓଠର କଥା

ମୋ ମନର ଭାଷା

ତୋ ଆଖିର ଅଶ୍ରୁ

ମୋ ଦୁଃଖ ବରଷା।

ତୋ ହସ ଜୁଆରେ

ମୋ ବକ୍ଷ ଫୁଲଇ

ତୋର ଭାବନାରେ

ନିଜେ ମୁଁ ହଜଇ।

ତୋ ଉପସ୍ଥିତି ରେ

ନିଜ କୁ ଭୁଲଇ,

ତୋ ଦେହ ପରଶେ,

ଜୀଇଁ ମୁଁ ଉଠଇ।

ତୋ ଦେହର କ୍ଲାନ୍ତି

ମୋ ଶରୀର ବ୍ୟଥା

ତୁ ଅସୁସ୍ଥତ ହେଲେ

ଲାଗେ ସବୁ ବୃଥା।

ତୋ ଓଠରେ ଯେବେ

ଫୁଟୁ ଥାଏ ହସ

ମୋ ମନରୁ ଦୂର

ହୁଅଇ ଅବଶ।

ତୁ ଥିଲେ ମୋହର

ଥାଏ ସବୁ କିଛି

ତୋ ବିନୁ ମୋହର

ଅବା କାହିଁ ସ୍ଥିତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational