STORYMIRROR

Rangalata Sahoo

Tragedy Others

2  

Rangalata Sahoo

Tragedy Others

କ୍ଷଭ:-ଏକ ଅନ୍ତର୍ବେଦନ

କ୍ଷଭ:-ଏକ ଅନ୍ତର୍ବେଦନ

1 min
209

        

ଆଉ ଭଲ ଲାଗୁନି ପ୍ରଭୁ

ସବୁଦିନ ତୁମକୁ ଏତେ ଗୁହାରି କରିବାକୁ

ଆଉ ଭଲ ଲାଗୁନି କହିବାକୁ

ଜଗତକୁ ଉଦ୍ଧାର କର।

ସବୁଠୁ କଷ୍ଟ ଲାଗୁଛି,ତୁମ ପ୍ରତି

ଲୋକଙ୍କର ଆସ୍ଥା ,ବିଶ୍ୱାସ ଭାଙ୍ଗିଯାଉଛି

ଭାଙ୍ଗି ପଡୁଛନ୍ତି ଲୋକମାନେ,ନିଜର ଆତ୍ମୀୟ

ସୋଦର,ଭାଈ,ବନ୍ଧୁ କୁଟୁମ୍ବ ସ୍ୱଜନ ଙ୍କୁ ହରାଇ।

ତୁମେ କଣ ଜାଣି ପାରୁନ ଯେ ଜଣାଇବୁ

ଏ ବିପଦରୁ,କଷ୍ଟରୁ,ଭୋକର ଦାଉରୁ

ବେରୋଜଗାର,ସମ୍ପର୍କହୀନ,ଅତ୍ମୀୟତା ଶୂନ୍ୟ

ମନୁଷ୍ୟ କିପରି ଜଡ ରେ ପରିଣତ ହୋଇଗଲାଣି

ନିଜେ ବଞ୍ଚିଛି କି ମରିଛି ଏ ଚେତନା ମଧ୍ୟ

ଆସ୍ତେ ଆସ୍ତେ ହରାଇ ବସିଲାଣି।

ତୁମ ଇଛା କଣ ପ୍ରଭୁ?

ତୁମ ଵାହୁଟେକି ତୁମ ସଂସାର କୁ ରକ୍ଷାକର ପ୍ରଭୁ

ଜଗତ ର ମଙ୍ଗଳ ହେଉ,ସଂସାର ସୁଖ ହେଉ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy