STORYMIRROR

Rangalata Sahoo

Inspirational

2  

Rangalata Sahoo

Inspirational

ଗୁରୁଦିବସରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପଦେ

ଗୁରୁଦିବସରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପଦେ

1 min
224

ଇଚ୍ଛା ହୁଏ,

ଶିଖାଇବି ଧନୁର୍ବିଦ୍ୟା କରିବାକୁ ଶ୍ରେଷ୍ଠ ଧନୁର୍ଦ୍ଧର

ଲକ୍ଷ୍ୟଭେଦ କରିବ ଚଳନ୍ତା ମାଛର ଆଖିକୁ

ପରାକାଷ୍ଠା ଦର୍ଶାଇବ ଶ୍ରେଷ୍ଠ ଗୁରୁର ଶିଷ୍ୟତ୍ୱ।

ଇଛା ହୁଏ,ଆଶୀର୍ବାଦ ଦେଇ ଚିରଞ୍ଜିବି କରିବାକୁ

ଉପମନ୍ୟୁର ଅନ୍ଧତ୍ୱ ହାରି ଅମୃତ ଭରିଦେବି ଅରଖର ବିଷେ।ବିଶ୍ଵାମିତ୍ର ହୋଇ ଶିଖାଇବି ସତ୍ୟର ଗୂଢ ରହସ୍ୟ,ଗାୟତ୍ରୀର ମନ୍ତ୍ର ,ବଳା ଓ ଅବଳା ବିଦ୍ୟା।

ଶ୍ରୀକୃଷ୍ଣ ମୁଁ ହୋଇ ଯୋଗବିଦ୍ୟା ଦ୍ୱାରା ଦେଖାଇବି

ବିଶ୍ଵରୂପ ତୁ ଓ ମୁଁ, ମୁଁ ଓ ତୁ ଏକ ,ସୋହମ ସୋହଂ।

କିନ୍ତୁ, ପାରୁନାହିଁ ,ମୁଁ ଜଣେ ରକ୍ତ ମାଂସଧାରୀ

ସାଧାରଣ ମଣିଷଟିଏ,ସାଧିନାହିଁ ମନ୍ତ୍ର, କରିନି ତପସ୍ୟା, ରୂପାନ୍ତରିତ କରିଦେବି ନଗେନ ରୁ ବିବେକାନନ୍ଦ, ବିଶ୍ବବିଜୟୀ ହୋଇ ଭାରତ ର ଗାରିମା ରଟିବ।

ଯଦି କିଛି ପାରିଅଛ ଶିଖି ହୁଅ ତେବେ

ସରଳ, ସ୍ୱାଭିମାନି,ଦେଶଭକ୍ତ,ପିତୃଭକ୍ତ,ମାତୃଭକ୍ତ

ପରୋପକାରୀ ଭାରତର ଯୋଗ୍ୟସନ୍ତାନ ଟିଏ।

ଏହି ଆଶୀର୍ବାଦ ପଦ ଟିଏ ତୁମପାଇଁ ଆଜିର ଦିନରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational