STORYMIRROR

Rangalata Sahoo

Inspirational

4  

Rangalata Sahoo

Inspirational

ମୋର ଏବେ କାଶତଣ୍ଡି ଲୋଡ଼ା

ମୋର ଏବେ କାଶତଣ୍ଡି ଲୋଡ଼ା

1 min
177

ମୋର ଏବେ କାଶତଣ୍ଡି ଲୋଡ଼ା,

ତାର ସରଳ,ସୂକ୍ଷ୍ମ ସୌନ୍ଦର୍ଯ୍ୟ ପଣିଆ

ମୋତେ ବିଭୋର କରିଛି,

ମୁଁ ଚାହେଁ ଦେଖିବାକୁ ନଈପଠାପରେ

 ସେହି ହାସ୍ୟର ଲହରୀ,

ପବନରେ ଖିଲିଖିଲି

ବିଞ୍ଚେଇହୋଇଯିବା,ତା'ର

ଲହରିଆ ଦେହ।

ମୋତେ ଏବେ ମତୁଆଲା କରିଛି

ଶେଫାଳିର ଭୁରୁଭୁରୁ ବାସ୍ନା,

ଘାସର ଗାଲିଚା ପରେ

ମୁକ୍ତାର ଶିଶିର ବିନ୍ଦୁ,

ଆଶ୍ୱିନ ସନ୍ଧ୍ୟାର ଶଙ୍ଖ, ଘଣ୍ଟା ଧ୍ୱନି

କାକୁଡି,ଉଖୁଡାର ଭୋଗ।

ଶିଶୁଙ୍କର ଆନନ୍ଦ କୋଳାହଳ

 ଭାଙ୍ଗିଦେଇଛି ମୋର ସମସ୍ତ

ଦାମ୍ଭିକତା,ବୃଥା ବଡ ପଣ।

ମୁଁ ଏବେ ମୁକ୍ତ ହେବାକୁ ଚାଂହେଁ

କଂକ୍ରିଟିର ବାହୁ ବନ୍ଧନରୁ,

ଗାଡି ମୋଟରର ବିକଟାଳ ରଡ଼ିରୁ।।

ଖୋଜୁଛି ସେହି ସ୍ନେହଶୀଳତାର ସ୍ପର୍ଶ

ଭିଜାମାଟିର ବାସ୍ନା,

ଖୋଲା ଆକାଶର ନିବିଡ ଆଶ୍ଲେଷ

ମାଟି ମାଆର ସେନେହ ଆଦର,

ସବୁଜିମାର ଖୋଲା ଚାଦର

ଢକ ଢକ ହୋଇ ପିଇଯିବାକୁ

ମୋ ଆତ୍ମୀୟଗଣଙ୍କର 

ଶରଧା ର ବାରି,

କୋଳେଇ ନେବାର ମଣିଷ ପାଣିଆକୁ।

ଉଦ୍ଗିରଣ କରିଦେବାକୁ ଦୀର୍ଘ ବର୍ଷର

ଅମଣିଷ ପଣିଆର ବିଷର ଜ୍ୱାଳାକୁ।

ରଙ୍ଗଲତା ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational