STORYMIRROR

Kumar Sivaprasad

Romance

3.3  

Kumar Sivaprasad

Romance

ମୋ ପ୍ରିୟା

ମୋ ପ୍ରିୟା

1 min
1.0K


ଆଉ ନାହିଁ ମୋର କେହିଟି ଜୀବନେ

ସାଥି ଏକା ତୁମେ ଏକା

ହତାଦର କେବେ କରିବନି ମୋତେ

ହୃଦେ ରହିଅଛି ଏକା !!

ସରସ ସୁନ୍ଦର ଚେହେରାଟି ତୁମ

ମନେ ହୋଇଗଲା ଆଙ୍କି

ପ୍ରଥମ ପ୍ରେମର ପ୍ରଥମ ପରଶ

ହୃଦେ ହୋଇଗଲା ଆଙ୍କି !!

ଅଭୁଲା ସେହି ମୁହୂର୍ତ୍ତକ ବେଳ

ଯେବେ ଦେଇଥିଲ ଛୁଇଁ

ହୃଦେ ଖେଳିଗଲା ଶିହରଣ କେତେ

ଭୁଲି ପାରୁନାହିଁ ମୁହିଁ !!

ମୟୂର ଖୋଜଇ ମେଘ ମାଳ ଘୋର

ପ୍ରେମ ଖୋଜେ ସାଥି ଟିଏ

ମୋ ବଗିଚାର ଫୁଲ ଖୋଜେ ଖାଲି

ତୁମ ଓଠର ଚୁମ୍ବନ ଟିଏ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance