STORYMIRROR

Dibya Ranjan Sahoo

Romance Tragedy Others

4  

Dibya Ranjan Sahoo

Romance Tragedy Others

ମୋ ପ୍ରିୟା ହସିଲେ

ମୋ ପ୍ରିୟା ହସିଲେ

1 min
214


ମୋ ପ୍ରିୟା ହସିଲେ ପୀରତି ଆକାଶେ

     ଉଅଁଇ ରୂପେଲି ଚାନ୍ଦ

ଲୁହ ଝରାଇଲେ ଉଆଁସ ଘେରଇ

    ଛାତି ଫଟାଏ ତା' କାନ୍ଦ।


ଜୀବନ ଯାତ୍ରାର ଉଠାଣି ଗଡ଼ାଣି

    ଅଙ୍କାବଙ୍କା ଚଲାପଥ

ବାଟ ଚାଲୁ ଚାଲୁ ଝୁଣ୍ଟି ପଡ଼େ ଯେବେ

    ପ୍ରିୟା ହୁଏ ଭୟଭୀତ

ଜୀବନରେ ଭରା ହସ ଆଉ ଲୁହ

    ସୁଖ ଦୁଃଖ ଭଲମନ୍ଦ ।


ଆଲୁଅ ଅନ୍ଧାର ଆଶା ନିରାଶାର

    ଏ ଦୁନିଆ ଖେଳ ଘର

ହାରିବା ଜିତିବା ଦୁନିଆର ରୀତି

    ଆସେ ସଦା ବାରବାର

ସବୁ ସହିନେଇ ଜିଇବାକୁ ହୁଏ

    କେବେ ହସ କେବେ କାନ୍ଦ ।


ଚାଲୁଛୁ ଚାଲିବା ଆଗକୁ ଆଗକୁ

    ପଥ ଅଛି ଯେତେ ଦୂର

ସାଥୀଟି ଏମିତି ପାଇଛି ଯେମିତି

    ମୋ ଠାରୁ ହେବନି ଦୂର

ହୃଦୟ ତାହାର ଅତି ନିରିମଳ

    ନ ଥାଏ କପଟ ଛନ୍ଦ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance