ମୋ ପିଲାଦିନର କଥା
ମୋ ପିଲାଦିନର କଥା
ମନେ ପଡ଼ୁଥାଏ ସେଇ ପିଲାଦିନର ସ୍ମୃତି
ଜାଣି ହୁଏନି କେବେ ଖରା କି ତାତି
ଖେଳି ବୁଲୁଥାଏ କେତେ ଯେ ସାଙ୍ଗସାଥୀ ସହ
ଦିନ ସରିଯାଇ ପୁଣି ପାଉଛି ରାତି।
ରାତି ପାହି ଯେବେ ସକାଳ ପାଏ
ସାଙ୍ଗସାଥୀ ସବୁ ନିଅନ୍ତି ଡାକି
ଚାଲ ଚାଲ ଆଜି ପିଜୁଳି ଖାଇବା
ଜିଭ ସତେ ସେଠି ଯାଉଛି ଲାଖି।
ଗଢ଼ିଥାଉ ପୁଣି ମାଟିର କଣ୍ଢେଇ
ଅତି ସ୍ନେହରେ ଧରି ଖେଳୁ ଯେ କୁଣ୍ଢେଇ
ବନ୍ଧୁ ଠୁ ବି ଅତି ପ୍ରିୟ ସେ ହୋଇଥାଏ
ତା' ସହ ସମୟ ବେଶି ବିତିଥାଏ
କେତେ ଅଜଣା କଥା ତାକୁ ମନ ଯେ କହେ
ଭାଙ୍ଗି ଗଲେ ସେ ଆଖିରୁ ଲୁହ ଝରିଯାଏ।
ମନେ ପଡ଼ୁଥାଏ ଗାଁ ବିଦ୍ୟାଳୟର କଥା
ପାଇବି କି ସେଇ ସ୍ମୃତି ହେ ବିଧାତା
ମନେପଡ଼େ ଆଜି ସେଇ ଗୁରୁଙ୍କ କଥା
ଯିଏ ଧରିବା ଶିଖାଇଲେ ସିଲଟ ଠୁ ଖାତା ।
ତାଙ୍କ ଆଶିଷେ ପ୍ରଥମେ ଶିଷ୍ୟ ମୁଁ ହେଲି
କୋଟି ନମ୍ଃ ହେ ମୋର ପ୍ରଥମ ଗୁରୁ ଦାତା
ପିତା ମାତା ପରେ ତମେ ହେ ମୋର ଶିକ୍ଷାଦାତା
ଏଇ ଅଳପ କିଛି ମୋର ପିଲାଦିନର କଥା
ଏଇ ଅଳପ କିଛି ମୋର ପିଲାଦିନର କଥା।।
