STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ମୋ ଓଡିଶା

ମୋ ଓଡିଶା

1 min
11.7K

ସୁନ୍ଦର ଭାରି ସୁନ୍ଦର ତାର

      ବଣ ପାହାଡ଼ ଝରଣା ଝର

     ସାଗୁଆ କ୍ଷେତ ନୀଳ ସାଗର

       ତା ମଫସଲ ଗାଁ ସହର

          ମୋ ଓଡିଶା ଓଡିଶା ମୋର ....

        

      ତା ନଈ ନାଳ ଖପର ଚାଳ

      କିଆ ଗୋହିରୀ ବର ଓହଳ

      ତା ବାଟଘାଟ ବଜାର ହାଟ

       ଜାନିଯାତରା ଅପେରା ନାଟ

       ଭାରି ସୁନ୍ଦର ଗାଁ ମଝିରେ

       କେତେ ଯୁଗର ଏଇ ମନ୍ଦିର

            ମୋ ଓଡିଶା ଓଡିଶା ମୋର ....

     କଇଁ ଫୁଲରେ ଭରା ପୋଖରୀ

     ପାଚିଲା ଧାନ ସୁନା ଲହରୀ

     କୁନି ପିଲାଙ୍କ ଚାହାଳି ଫେରା

     ଶୀତ ସକାଳ ନରମ ଖରା

     ଭାରି ସୁନ୍ଦର ଭାରି ମଧୁର

    ମୋ ମାଟି ମାଆ ସ୍ନେହ ଆଦର

           ମୋ ଓଡିଶା ଓଡିଶା ମୋର ....

    ବଦଳେ ଋତୁ ବଦଳେ ରୂପ

  ବରଷା କେବେ ଖରାର କୋପ

   ଶିଶିର ଭିଜା ଘାସ ଗାଲିଚା

    ଫଗୁଣେ ହସେ ଫୁଲ ବଗିଚା

    ଆହାକି ମିଠା କୋଇଲି ସୁର

     ମନରେ ବୋଳେ ରଙ୍ଗ ଅବିର

    ମୋ ଓଡିଶା ଓଡିଶା ମୋର.....

       

    

.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics