STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ମୋ ଓଡିଶା

ମୋ ଓଡିଶା

1 min
269



ଆସ ମୋ ଭଉଣୀ ଭାଇ

ବନ୍ଦେ ଉତ୍କଳ ଜନନୀ ଆମେ

ଗାଇବା ଏକାଠି ହୋଇ।

ଗୋପବନ୍ଧୁ ଏଠି ଜନ୍ମ ନେଇଥିଲେ

ଦରଦୀ ବନ୍ଧୁ ହୋଇ ସେବା କରିଥିଲେ।

ମଧୁବାବୁ ଏ ମାଟିରେ କାବ୍ୟ ଲେଖିଥିଲେ

ମଧୁ ବାରିଷ୍ଟର ହୋଇ ନାଁ ରଖିଗଲେ।

ଆମ ଭାଷା ପାଇଁ କବି ଆଗେଇ ଆସିଲେ

ଭାଷା ଆନ୍ଦୋଳନ କରି ଭାଷା ବଞ୍ଚାଇଲେ ।

ମୋ ଜନ୍ମଭୂମି ମୋ ପାଇଁ ସରଗପୁର

ଶ୍ରୀ ମନ୍ଦିରେ ପୂଜା ପାଏ କାଳିଆ ଠାକୁର।

ଓଡିଶୀ ନୃତ୍ୟ ସାରା ବିଶ୍ୱରେ ବ୍ୟାପିଛି

କଳା ସଂସ୍କୃତି ଯାହାର ପ୍ରସାର ହୋଇଛି।

ଶାସ୍ତ୍ରୀୟ ମାନ୍ୟତା ପାଇଛି ମୋ ଓଡ଼ିଆ ଭାଷା

ଆମରି ଗୌରବ ଆମ ପରିଚୟ ଓଡ଼ିଆ ଭାଷା।

ପ୍ରତି ମୁଖେ ଖାଦ୍ୟ ଯୋଗାଏ କଷ୍ଟ ସହି ଚଷା 

ପ୍ରତି ଓଡ଼ିଆଙ୍କ ପ୍ରିୟ ପଖାଳ କଂସା।

ଧର୍ମ ପରମ୍ପରାରେ ଶୋଭାପାଏ ମୋ ଓଡିଶା

ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପ୍ରସିଦ୍ଧ ମୋ ଓଡିଶା।

ପ୍ରକୃତିର ଗନ୍ତାଘର ମୋହରି ଓଡିଶା

ସାହିତ୍ୟରେ ଯଶ କୀର୍ତ୍ତି ଆଣିଛି ମୋ ଓଡିଶା।



Rate this content
Log in

Similar oriya poem from Inspirational