ମୋ ନୂଆଁ ଭାଉଜ
ମୋ ନୂଆଁ ଭାଉଜ
ମୋର ନୟନରେ ଦେଖି ପାରୁଛି
ସୃଷ୍ଟିର ସୌନ୍ଦର୍ଯ୍ୟତାକୁ,
ଆଉ ଜଣେ ନୟନ ଥାଇ ମଧ୍ୟ
ଦେଖି ନ ପାରେ କାହାକୁ l(1)
ଦୁଇଟି ଚକ୍ଷୁ ଦେଇଛି ଦଇବ
ଦର୍ଶନ କରିବା ପାଇଁ,
ଅଂସଂଖ୍ୟ ନେତ୍ର ନିଜ ପାଖେ ଥାଇ
ସିଏ ଦେଖି ପାରୁନାହିଁ l(2)
ଆଖି ଥାଉ ଥାଉ ଅନ୍ଧ ଯେ ସିଏ
ଦେଖି ନ ପାରଇ କିଛି,
ବିଧତାଙ୍କର କୃପା ଦୃଷ୍ଟି ନାହିଁ
ତେଣୁ ସେ ଅନ୍ଧ ହୋଇଛି l(3)
କିଏ ମୋତେ ପିଟିଦେଲେ କାନ୍ଦଇ
ଆଖିରୁ ଲୁହ ଝରାଇ,
ଏଡ଼େ ନିର୍ଲଜ ଜୀବନ ତାହାର
ଲୁହ ଜମା ଝରେ ନାହିଁ l(4)
ଲାଜ କରଇ ନୂଆଁ ବୋହୂ ପରି
ଜମା ସିଏ କାନ୍ଦେ ନାହିଁ,
ଛୁଇଁଦେଲେ ତାକୁ ଲାଗର ଲାଜ
ଆଖି ସେ ବୁଜି ଦିଅଇ l(5)
ଲାଜ କରେ ବୋଲି ନାମ ତାହାର
ଅଟେ ଲାଜ କୁଳି ଲତା,
କିଏ ଛୁଇଁଦେଲେ ଲାଜ କରି ସେ
ଘାଙ୍କି ଦିଏ ଆଖି ପତା l(6)
ତାପରେ ଧୀରେ ଧୀରେ ଖୋଲିଥାଏ
ତାହାର ଆଖିଗୁଡିକୁ,
ସାରା୍ମିଲତା ସରମକୁ ଡରି
ଖୋଲେ ନିଜ ଓଢଣୀକୁ l(7)
ନାଲି ଓଢଣୀକୁ ମଥାରେ ରଖି
ଆଖି ଦେଉଥାଏ ବୁଜି,
ଅଜାଣତରେ କିଏ ଛୁଇଁଦେଲେ
କଣ୍ଟା ଦିଏ ତାକୁ ଗେଞ୍ଜି l(8)
ତୋର ସବୁ ପତ୍ରକୁ ଭଗବାନ
କରି ଦିଅନ୍ତୁ ନୟନ,
ସମଗ୍ର ପୃଥିବୀକୁ ନିଜେ ତୁହି
କରିପାରିବୁ ଦର୍ଶନ l(9)
ଆଖି ପରିକା ପଲକ ପକାଉ
କେବଳ ଦେଖିପାରିନୁ,
ଏତେ ଆଖି ଥାଇ ଲାଭ କିଛି ନାହିଁ
ସବୁ ଖୋଲି ତୁ ଦେଖୁନୁ l(10)
ଆଖି ଗୁଡିକୁ ଖୋଲି ଦେଇ ଥରେ
ମୋତେ ଟିକେ ଦେ 'ତୁ ' ଚାହିଁ,
ତୋର ଏ ସୌନ୍ଦର୍ଯ୍ୟ ଚେହେରାକୁ ମୁଁ
ରହିଛି ଦେଖିବା ପାଇଁ l(11)
ପ୍ରଭୁ ଭଗବାନଙ୍କୁ ବର ତୁ ମାଗେ
ତୋତେ ଦେବେ ଦୃଷ୍ଟି ଶକ୍ତି,
ସେହି ବଳେ ତୁ ହୋଇପାରିବୁ
ଅନ୍ଧୁଣୀ ଶାପରୁ ମୁକ୍ତି l(12)
ତୋହର ସ୍ୱାମୀକୁ ଲାଜ ନ କରୁ
ଫୁଲ ଉପରେ ବସିଲେ,
ଗୁଣୁ ଗୁଣୁ କେତେ କଥା ତୁ ହେଉ
ତୋର ମଧୁକୁ ଚୁମ୍ବି ଲେ l(13)
କେତେ କୌତୁକରେ କଥା ହୁଅ
ଧୀରେ ଧୀରେ ଦୁଇ ଜଣ,
ତୁମର କଥାକୁ ଶୁଣିବା ପାଇଁ
ବଳିଛି ମୋହର ମନ l(14)
ମୁଁ ଯେତେବେଳେ ତୋତେ ଛୁଇଁଦିଏ
ଲାଜରେ ଯାଉ ତୁ ମରି,
ସତେକି ଓଢଣୀକୁ ଦେଇ ଦେଉ
ନୂତନ ଭାଉଜ ପରି l(15)
ମୁଁ ତୁମର ଅତି ଗେଲ୍ହା ଦିଅର
କାହିଁକି କରୁଛ ଲାଜ,
ଓଢଣୀ ଖୋଲି କଥା ପଦେ କୁହ
ଆହେ ମୋ ନୂଆଁ ଭାଉଜ l(16)
ସଂଧ୍ୟା ସମୟ ହୋଇଗଲେ ତୁମେ
ଆରାମରେ ଯାଅ ଶୋଇ,
ଏତେ ଅନ୍ଧାର ରାତିରେ ତୁମକୁ
ଵଃ ଡର ଟିକେ ଲାଗେ ନାହିଁ l(17)
ପାଖରେ ନାହାନ୍ତି ବଡ ଭାଇନା
ତୁମକୁ ଜଗିବା ପାଇଁ,
ବଡ ସାହସ ଭାଉଜ ତୁମର
ଏକୁଟିଆ ଯାଅ ଶୋଇ l(18)
ମୁଁ ଯଦି ରାତିରେ ତୁମରି ପରି
ଏକୁଟିଆ ଶଇଥାନ୍ତି,
ଇଲୋ ବୋପା ମାଲୋ କହି
ଚିତ୍କାର ଖାଲି ଥାଆନ୍ତି l(19)
ଧନ୍ୟ ଭାଉଜ ଦୃଢ଼ ମନୋବଳ
ଧନ୍ୟବାଦ ତୁମର ସାହସ,
ଧୌର୍ଯ୍ୟ ସାହସ ଦେଇ ଦିଅରକୁ
ସ୍ନେହରେ କର ଆଶିଷ l(20
