ମୋ ନିଷ୍ପତି
ମୋ ନିଷ୍ପତି
ତୁମେ ଭାରୀ ବଦମାସ ସତରେ
ମୁଁ ତୁମକୁ ଭଲ ପାଇଲି
ମୋ ପରିବାରକୁ ଭୂଲିଲି
ସଭିଙ୍କ ସହ ସଂଘର୍ଷ କଲି
ହେଲେ ମୋ ନିଷ୍ପତ୍ତି ପାଇଁ
ତୁମେ ମୋତେ ଛାଡି ଚାଲିଯିବ
ଏ କଥା ମୁଁ ବିଶ୍ବାସ କରିପାରୁନି ॥
କ'ଣ କରିଲି ଯେ ବାସ୍ ଖାଲି
ପାର୍ଲର ଗଲି ମୁହଁ ସଜାଡିବାକୁ
ଆଉ କେଶର ଯତ୍ନ ନେବାକୁ
ତୁମେ କ'ଣ ଭଣ୍ଡାରୀ ପାଖକୁ ଯାଅନି
ମୋତେ କାହିଁକି ମନା କର ତା ହେଲେ
ଭୂଲ ମୋର କ'ଣ ?ବାସ ଏତିକି ।
ତୁମେ ମଦ ପିଇ ଘରକୁ ଫେରୁଛ
ଦିନେ ଦିନେ ହୋସ୍ ବି ନଥାଏ
ମଦ ନିଶାରେ ମୋତେ ମାରପିଟ କର
ମୋ ଗହଣା ଅସବାବପତ୍ର ତ କାହାକୁ
କେତେ ଦରରେ କେଜାଣି ବିକିଦେଲଣି?
ମୁଁ ଟିକେ ବିଅର ପିଇଦେଲି ବୋଲି
ମୋ ହାତ ତୁମେ ସହଜେ ଛାଡିପାରିଲ ?
ଧିକ ଧିକ ତୁମ ସଂସ୍କାର ଆଉ ପାଠ ।
