STORYMIRROR

DILIP KUMAR SAHOO

Romance

3  

DILIP KUMAR SAHOO

Romance

ମୋ ମନ ବୀଣାର ତାରେ

ମୋ ମନ ବୀଣାର ତାରେ

1 min
188

  ମୋ ମନ ବୀଣାର ତାରେ

  ସୁର ତୋଳି ଯାଅ ଦୂରେ

  କାହିଁକି ଏ ଲୁଚକାଳି

  ସ୍ୱପ୍ନ ସବୁ ପାଦେ ଦଳି

   ମରମକୁ ଦିଅ ଜାଳି

  ନିଛାଟିଆ ସମୟର ଦରଦି ଛାତିରେ

  

   କେଉଁ ଅଜଣା ନିଶାରେ ମୋତେ

   କରିଦେଲ ମତୁଆଲା

   ଓଠକୁ ଛୁଇଁ ମୁଁ ଦେଖେ ଖାଲି,

   ସବୁ ଖାଲି ଭଙ୍ଗା ପିଆଲା

   ନିଜପାଖେ ନିଜେ ମୁଁ ଅଚିହ୍ନା

   ବାଣ୍ଟେ ନିତି ନିଃଶବ୍ଦ ଯନ୍ତ୍ରଣା

   ମନଟାତ ତୁମ ନିଦା

   କେତେ ଅପମାନ ନିନ୍ଦା

   ସହିସହି

   ଝୁରେ ଆଜି ରାଧା

   ମନକୁ ବୁଝେଇ ଦିଏ

   ଲୁଚିଲୁଚି ନାଇ ସିନ୍ଦୂର ସିନ୍ଥିରେ ।


  କହିବାକୁ ନାହିଁ ମୋ ସାହସ

  କିଏ କରେ ଉପହାସ 

 ପାଗଳ ମୁଁ ଆଜି ପାଇବାକୁ

 ତୁମ ଉଷୁମ ପରଶ

 ଭଲ ପାଇବାର ନୂଆ ଗୀତ

 ଲୁହ ସାଥେ କଲା ମୋତେ ମିତ

ତୁମ ବିନା ସବୁଅଧା

ଫାଙ୍କା ଫାଙ୍କା ମନ ନେଇ ଝୁରେ

ଝର୍କା ଖୋଲି ଚାହିଁଥାଏ

ତୁମ ବାଟ ଦେଖୁ ଥାଏ

କେତେବେଳେ

ରାତି ପାହିଯାଏ

ହଜାର ଆଶାର ମଲା ନଈ ଧାରେ ।


  


  

 

 

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance