ମୋ ମାର୍ଗ ଦର୍ଶକ
ମୋ ମାର୍ଗ ଦର୍ଶକ
ଜୀବନରେ ଜଞ୍ଜାଳ ଭିତରେ ଯେତେବେଳେ
ଥକି ପଡ଼ିଥିଲି
ସେତେବେଳେ ମୋତେ ଖୁସିରେ
ବଞ୍ଚିବାର ବାଟ ଦେଖାଇଥିଲେ
କବିତା ଲେଖିକି ସେଥିରେ
ନିଜକୁ ହଜାଇ ଦେବାକୁ ପ୍ରେରଣା ଦେଇଥିଲେ
ଆଉ ମୁଁ ମାନି ନେଇଥିଲି ତାଙ୍କରି କଥାକୁ।
ମୋତେ ସବୁବେଳେ ହସି ହସି ବଞ୍ଚିବାକୁ
ଶିକ୍ଷା ଦେଇଥିବା ମଣିଷ ଟି ଯେ
ନିଜେ ଏତେଦୁଃଖ ଭିତରେ ରହି ଚାଲି ଯିବେ
ମୁଁ କେବେ ସ୍ୱପ୍ନ ରେ ସୁଧାଭାବି ନ ଥିଲି।
କାଗଜ ଉପରେ ନିଜର ମନ ଭାବକୁ
ବ୍ୟକ୍ତ କରିବା ର ପ୍ରେରଣା ସେ ଦେଇ ଥିଲେ
ତାଙ୍କର କେଇ ପଦ କଥା ଆଜି ମୋ ପାଇଁ
ମାର୍ଗ ଦର୍ଶକ ସାଜିଛି।
ଆଜି ଯଦି ଦୁନିଆଁ ମୋତେ କବି ବୋଲି
ଜାଣିଥାଏ ସେ ତାଙ୍କରି ପ୍ରେରଣାର ଫଳ।
ମୋର ବନ୍ଧୁ ଗୁରୁ ଗାୟକ ରତ୍ନ ପ୍ରଭାତ ସାହୁ
ମୋ ଜୀବନରେ ତାଙ୍କର ସ୍ଥାନ ଅତୁଳନୀୟ
ତାଙ୍କ ଜୀବନରେ ବି ମୁଁ ଥିଲି
ତାଙ୍କର ସବୁ ଠାରୁ ପ୍ରିୟ ବାନ୍ଧବୀ
କିନ୍ତୁ କାଳର କରାଳ ଗତିରେ
ସେ ଗତ ବର୍ଷ କର୍କଟ ରୋଗରେ
ଆକ୍ରାନ୍ତ ହୋଇ ଏ ଦୁନିଆଁ ଛାଡି
ଚାଲି ଗଲେ ଆଉ ଛାଡି ଗଲେ
ତାଙ୍କ ସୁମଧୁର କଣ୍ଠ ସ୍ୱରରେପରିବେଷିତ
ପାଲା ଏ ସମାଜ ପାଇଁ।