ମୋ ମାଆ
ମୋ ମାଆ
ମୋ ମାଆ
ମୋ ପାଇଁ ପୂଣ୍ୟ ଦେବାଳୟ ତୁହି
ମମତାର ପାରାବାର ଶରଧାର ନୀରିଝର
ସ୍ନେହର ଅସୁଖା ନଈ ..।
ଦଶମାସ ମୋତେ ପେଟରେ ଧରିଲୁ
କେତେଯେ କଷଣ ସହି
ଗରଭରେ ତୋର କେତେ ଯତନରେ
ରଖିଥିଲୁ ମୋତେ ତୁହି ।
ତୋକୋଳରେ ପରା ଜନମ ନେଇଲୋ
ଧନ୍ୟ ହୋଇଛି ମୁହିଁ
ମୋ ମାଆ
ମୋ ପାଇଁ ସ୍ନେହର ଅଶୁଖା ନଈ ...।
ହାରିଗଲେ ମୋତେ ସାହସ ଦେଇଛୁ
ଜତିବା ପାଇଁକି ବଳ
ସବୁ ଅବସାଦ ଉଭେଇ ଯାଏଲୋ
କରିଦେଲେ ମୋତେ କୋଳ ।
ରୋଗ ଶେଯେ ମୋର
କେତେ ରାତି ତୋର ।
ପାହିଛିଲୋ ଚେଇଁ ଚେଇଁ
ମୋ ମାଆ
ମୋ ପାଇଁ ପୂଣ୍ୟ ଦେବାଳୟ ତୁହି . ।
