STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ମୋ ମାଆ

ମୋ ମାଆ

1 min
222

   

   ମୋ ମାଆ 

  ମୋ ପାଇଁ ପୂଣ୍ୟ ଦେବାଳୟ ତୁହି

  ମମତାର ପାରାବାର ଶରଧାର ନୀରିଝର

     ସ୍ନେହର ଅସୁଖା ନଈ ..।

  

   ଦଶମାସ ମୋତେ ପେଟରେ ଧରିଲୁ

        କେତେଯେ କଷଣ ସହି

   ଗରଭରେ ତୋର କେତେ ଯତନରେ

       ରଖିଥିଲୁ ମୋତେ ତୁହି ।

  ତୋକୋଳରେ ପରା ଜନମ ନେଇଲୋ

       ଧନ୍ୟ ହୋଇଛି ମୁହିଁ

        ମୋ ମାଆ

   ମୋ ପାଇଁ ସ୍ନେହର ଅଶୁଖା ନଈ ...।


    ହାରିଗଲେ ମୋତେ ସାହସ ଦେଇଛୁ

         ଜତିବା ପାଇଁକି ବଳ

     ସବୁ ଅବସାଦ ଉଭେଇ ଯାଏଲୋ

         କରିଦେଲେ ମୋତେ କୋଳ ।

  ରୋଗ ଶେଯେ ମୋର               

 କେତେ ରାତି ତୋର ।

       ପାହିଛିଲୋ ଚେଇଁ ଚେଇଁ

       ମୋ ମାଆ

      ମୋ ପାଇଁ ପୂଣ୍ୟ ଦେବାଳୟ ତୁହି . ।


     

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics