Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Janmejaya Panda

Romance

3  

Janmejaya Panda

Romance

ମୋ ଲୁହର କଣ ଓଜନ ନାହିଁ

ମୋ ଲୁହର କଣ ଓଜନ ନାହିଁ

1 min
131



ମୁଁ ପୁଅ ବୋଲି

କଣ ମୋ ଲୁହର ଓଜନ ନାହିଁ ?

ଖେଳୁଛ, ଖେଳ

ଖେଳ ସରିଗଲେ ତୁମେ ବି କାନ୍ଦିବ କାହା ପାଇଁ,

ମୁଣ୍ଡ ଉପରେ ଆକାଶଟେ ଖୋଜିବ

ପାଦ ତଳେ ମାଟି ଟିକେ ଲୋଡ଼ିବ

କେହି ଜଣେ ପିଠି ଥାପୁଡ଼େଇ

ତୁନି କରୁ ବୋଲି ଭାବିବ

ତଥାପି ମୋର ଅଭିମାନ ତୁଟିବ ନାହିଁ l


ତୁମେ ମିଛକୁ ସତ କରିଦେଇ ପାର

ଫେମିନିଜିମ ପରି ଗୋଟେ କ୍ଷୁଦ୍ର ଶବ୍ଦର ଆଢୁଆଳରେ

ମୋ ପ୍ରେମ ଭିକ୍ଷାକୁ

ପାଦରେ ଆଡ଼େଇ ଦେଇ ପାର

ନୂଆବୋହୂଟିଏ ଗୃହ ପ୍ରବେଶବେଳେ କଳସୀଠେଲି ଦେବା ପରି

ହେଲେ ମୁଁ ପାରେନା

ପାରେନା ବୋଲି ତ କାନ୍ଦେ

ପାରେନା ବୋଲି ତ ବାରମ୍ବାର ଭୁଲ ନ ଥାଇ ବି ଭୁଲ ମାଗେ

କାକୁତିମିନତୀ ହୁଏ

ନିଜ ପୁରୁଷତ୍ୱପଣକୁ ପକେଟରେ ଲୁଚେଇ

ତୁମ କଟାକ୍ଷକୁ ସହିଯାଏ

କାହିଁକି ନା ମୁଁ ବୁଝେ

ପ୍ରେମରେ କେବଳ ପ୍ରେମ ଥାଏ

କିନ୍ତୁ ତୁମେ ବୁଝ

ପ୍ରେମରେ ପ୍ରେମ ଛଡ଼ା ଆଉ ସବୁକିଛି ଥାଏ l


ତୁମେ ଚାହଁ କି ନ ଚାହଁ

ତୁମେ ଆଉ ଥରେ ଲୁହ ଝରେଇବ ମୋ ପାଇଁ,

ଯୋଉଦିନ ବୁଝିଯିବ ଲୁହର ଓଜନ

ଲୁହାଠାରୁ ବି ଅଧିକ

ଅଥବା ମୋ ଛଡ଼ା ତୁମ କଥା ଭାବିବାକୁ ଆଉ କେହି ନାହିଁ l



Rate this content
Log in

Similar oriya poem from Romance